ଭୁବନେଶ୍ୱର: ନେତାଜୀ ଜୟନ୍ତୀ ଅବସରରେ ବଡ଼ଗଡ଼ ଗ୍ରାମର ପୁରାତନ ଅନୁଷ୍ଠାନ ‘ନେତାଜୀ ଯୁବକ ସଂଘ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, କର୍ପୋରେଟର୍ ରଚନା ପାଟ୍ଟଶାଣୀ, ସଂଘର ଉପଦେଷ୍ଟା ଉମାଶଙ୍କର ପଟ୍ଟନାୟକ, ପୂର୍ବତନ କର୍ପୋରେଟର୍ ପ୍ରତାପ ଜେନା ଓ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ହାଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଭାପତି ସନ୍ତୋଷ କୁମାର ସିଂହ ଏଥିରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ବୃନ୍ଦାବନ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବଡ଼ଗଡ଼ ଗ୍ରାମର ସମାଜସେବୀ ସ୍ୱର୍ଗତ ଗୋକୁଳାନନ୍ଦ ଜେନା ଓ ବ୍ରଜକିଶୋର ସୁନ୍ଦରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ସମାଜସେବୀ ପ୍ରଯୋଜକ ପୂର୍ଣ୍ଣଚନ୍ଦ୍ର ଜେନା, ସାମ୍ବାଦିକ ଦିଲ୍ଲୀପ ହାଲି, ପ୍ରଶାସକ ଇନ୍ଦ୍ରମଣି ତ୍ରିପାଠୀ, ଯାତ୍ରା ପ୍ରଯୋଜକ କ୍ଷୀରୋଦ କୁମାର ସ୍ୱାଇଁ, ବଡ଼ଗଡ଼ ଗ୍ରାମ ଓ ବ୍ରିଟ୍ ଅଞ୍ଚଳର ସମସ୍ତ ସ୍କୁଲ୍ର ପ୍ରଧାନ ଶିକ୍ଷକ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବୀରକିଶୋର ପ୍ରଧାନ, ସସ୍ମିତା ମଙ୍ଗରାଜ, ଦିଲ୍ଲୀପ ସ୍ୱାଇଁ ଓ ଦୀପକ ବେହେରା ପରିଚାଳନା କରିଥିଲେ।
ନେତାଜୀ ଯୁବକ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ
/sambad/media/post_attachments/wp-content/uploads/2018/01/Netaji-Yubak-Sangha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)