ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ୧୬ଟି ପଞ୍ଚାୟତରେ ଆଜି ଦିନକ ମଧ୍ୟରେ ୧୨୨ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତାପଶାସନ ପଞ୍ଚାୟତ ଅଧୀନ ରଥିଜେମା ଅଞ୍ଚଳରେ ସବୁଠାରୁ ଅଧିକ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ଏକ ଦମ୍ପତି ଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ କେବଳ ଗର୍ଭବତୀ ମହିଳାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ପୂରଣ ପଧାନ ପଞ୍ଚାୟତରେ ୩ ଜଣ ଏବଂ ବଇଁଚୁଆ ପଞ୍ଚାୟତର ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ପୂରଣ ପଧାନ ପଞ୍ଚାୟତରେ ଜଣେ ଅଙ୍ଗନବାଡ଼ି କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଏକ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା କରୋନା ଆକ୍ରାନ୍ତ ହୋଇଛନ୍ତି। ପୂରଣ ପଧାନ ପଞ୍ଚାୟତର ୩ୟ ଆକ୍ରାନ୍ତ ଭୁବନେଶ୍ବରରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ଜଣାପଡ଼ିଛି।
ବାଲିଅନ୍ତାରେ ପୁଣି ୧୫ ପଜିଟିଭ୍
/sambad/media/post_attachments/wp-content/uploads/2020/08/covid-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)