ଭୁବନେଶ୍ବର ଦୌଡ଼କୁଦ ସଂଘର ନୂଆ କର୍ମକର୍ତ୍ତା

ଭୁବନେଶ୍ବର: ଆସନ୍ତା ୪ ବର୍ଷ ପାଇଁ ଭୁବନେଶ୍ବର ଦୌଡ଼କୁଦ ସଂଘର କର୍ମକର୍ତା ମନୋନୟନ ରବିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସୁରେଶ କୁମାର ରାଉତରାୟ ସଭାପତି ଏବଂ ସୌର୍ଯ୍ୟରଞ୍ଜନ ପରିଜା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇସାରିଥିଲା । ରବିବାର ଏକ ବିଶେଷ ବୈଠକ ବସି ଅନ୍ୟାନ୍ୟ କର୍ମକର୍ତାଙ୍କ ସହ ୧୩ ଜଣ କାର୍ଯ୍ୟକାରୀ ସମିତି ସଦସ୍ୟକୁ ମନୋନୀତ କରାଯାଇଛି। ସଭାପତି ଓ ସଂପାଦକଙ୍କ ବ୍ୟତୀତ ଉପସଭାପତି ଭାବେ ମନୋରଞ୍ଜନ ମହାନ୍ତି, ସନ୍ତୋଷ କୁମାର ଦାସ, ରାଧାନାଥ ମହାପାତ୍ର ଓ ଭାଗ୍ୟଧର ଜଗଦ୍ଦେବ, ଯୁଗ୍ମ ସଂପାଦକ ଭାବେ ଜୟନ୍ତ କୁମାର ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ଭାବେ ରଘୁନାଥ ପଣ୍ଡା ଦାୟିତ୍ବ ତୁଲାଇବେ। ଅନ୍ୟମାନଙ୍କ ମଧ୍ୟରେ ଦୀଲିପ କୁମାର ଦାସ (ଫୁଟ୍‌ବଲ), ଅଶୋକ କୁମାର ପଟ୍ଟନାୟକ (ହକି), ଅଶୋକ କୁମାର ପାତ୍ର (କ୍ରିକେଟ୍‌), ଜୟନ୍ତ କୁମାର ଜେନା (ବ୍ୟାଡ୍‌ମିଣ୍ଟନ), ରାଜେଶ ସାହୁ (ଭଲିବଲ୍‌), ଗୁରୁ ପ୍ରସାଦ ପଟ୍ଟନାୟକ (ଦୌଡ଼କୁଦ), ସତ୍ୟବ୍ରତ ନାୟକ (ବାସ୍କେଟ୍‌ବଲ), ସୂର୍ଯ୍ୟକାନ୍ତ ମହାନ୍ତି (କବାଡ଼ି), ସସ୍ମିତା ଦାସ (ଖୋ-ଖୋ), ରବି ନାରାୟଣ ମହାରଣା (ସାଇକ୍ଲିଂ), ମହେନ୍ଦ୍ର ନାୟକ (ସୁଇମିଂ), ଗଣେଶ ଚନ୍ଦ୍ର ପାଲ (ବକ୍ସିଂ) ସଂପାଦକ ଭାବେ ମନୋନୀତ ହୋଇଛନ୍ତି।

ସେହିପରି କାର୍ଯ୍ୟକାରୀ ସମିତିକୁ ଦିଲିପ କୁମାର ପଟ୍ଟନାୟକ, ମଧୁମାଧବ ଜେନା, ବିଭୂ ରଞ୍ଜନ ମହାପାତ୍ର, ରଜତ ବଲ୍ଲଭ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ନିହାରକାନ୍ତ ପଟ୍ଟନାୟକ, ନିକୁଞ୍ଜ କୁମାର ମହାନ୍ତି, ଗୌରପ୍ରସାଦ ନନ୍ଦ, ଦୀପକ କୁମାର ମଙ୍ଗରାଜ, ସୁଦୀପ୍ତା ଦାଶ, ମିନତୀ ସାହୁ, ପ୍ରଦୀପ କୁମାର ରାଉତରାୟ ଏବଂ ଦେବୀଦତ୍ତ ବାବୁ ମନୋନୀତ ହୋଇଛନ୍ତି ବୋଲି ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା ଏକ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର