ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକା ତଥା ତାଳପଦେଶ୍ବରୀ ସାହିତ୍ୟ ଆସରର ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ନୂତନ ପୁସ୍ତକ " ନାଟକର ବିଶ୍ବରୂପ " ଆଜି ଆସରର ସ୍ବାଗତ ଆସର ଅବସରରେ ଉନ୍ମୋଚନ ହୋଇଛି ।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିର ବିକାଶ ଦିଗରେ ଦୀର୍ଘ ୨୬ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ତାଳପଦେଶ୍ବରୀ ସାହିତ୍ୟ ଆସର ତରଫରୁ ଆଜି ମାଆ ତାଳପଦେଶ୍ବରୀଙ୍କ ମନ୍ଦିରରେ ବାଣୀବିହାରରେ ସଦ୍ୟ ନାମ ଲେଖାଇଥିବା ପଞ୍ଚମ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଆସରର ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ପୁସ୍ତକ " ନାଟକର ବିଶ୍ବରୂପ " କୁ ମୁଖ୍ୟ ଅତିଥି ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓଡି଼ଆ ବିଭାଗ ମୁଖ୍ୟା ଡକ୍ଟର ସଂଘମିତ୍ରା ଭଞ୍ଜ ପୁସ୍ତକ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗା ଶଙ୍କର ପଟ୍ଟନାୟକ ପ୍ରମୁଖ ଅତିଥି ଏବଂ ଓଡି଼ଆ ବିଭାଗ ମୁଖ୍ୟ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଡକ୍ଟର ଆନପା ମାର୍ଣ୍ଡି, ଡକ୍ଟର ବିରାଜ ମୋହନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା କରିଥିଲେ ।

publive-image

ଆସରର ସଭାପତି ଅମୂଲ୍ୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚକ୍ରଧର ତ୍ରିପାଠୀ, ଶତ୍ରୁଜିତ୍, ଶୈଳେନ୍ଦ୍ର ଜେନା, ଡକ୍ଟର ସନ୍ଦୀପ ମହାପାତ୍ର, ଅସିତ ପ୍ରଧାନ, ବିନ୍ଦୁଲତା ଷଣ୍ଢ, ସୂର୍ଯ୍ୟକାନ୍ତ ମଲ୍ଲିକ ପ୍ରମୁଖ ପୁରାତନ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଆସରର ନୂତନ କର୍ମକର୍ତ୍ତାମାନେ ଦାୟିତ୍ଵ ଗ୍ରହଣ କରିବା ପରେ ବିଦାୟୀ ସମ୍ପାଦକ ସୁଧାଂଶୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।