ନବଜାତକର ଓଜନ ୫.୮୮୫ କିଲୋଗ୍ରାମ

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀନଗରର ଜଗନ୍ନାଥ ସେବା ସଦନରେ ଗତ ଶନିବାର ସନ୍ଧ୍ୟାରେ ଓଡ଼ିଶାର ସବୁଠାରୁ ଓଜନିଆ ଶିଶୁ ଜନ୍ମଲାଭ କରିଛି। ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ହୋଇଥିବା ଏହି ଶିଶୁର ଓଜନ ହେଉଛି ୫.୮୮୫ କିଲୋଗ୍ରାମ। ଶିଶୁର ମାଆ ହେଉଛନ୍ତି ଗୁଲନାଜ ବେଗମ୍‌ ଏବଂ ଏହା ତାଙ୍କର ଦ୍ୱିତୀୟ ସନ୍ତାନ। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଆରତୀ ମହାପାତ୍ର ଓ ଡାକ୍ତର ରାଧାକାନ୍ତ ନାଥ ଅସ୍ତ୍ରୋପଚାର କରିଥିବାବେଳେ ଶିଶୁ ବିଶେଷଜ୍ଞ ଡାକ୍ତର ତାପସ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରସବ ସଂପନ୍ନ ହୋଇଥିଲା। ଓଡ଼ିଶାରେ ଆଗରୁ ଏତେ ବେଶୀ ଓଜନିଆ ଶିଶୁ ଜନ୍ମ ହୋଇ ନ ଥିଲେ। ସୂଚନାଯୋଗ୍ୟ, ଏପ୍ରିଲ ୨୦୧୫ରେ ଏହି ସେବା ସଦନରେ ୫.୬ କିିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଶିଶୁ ଜନ୍ମ ହୋଇଥିଲା। ସେତେବେଳେ ତାହା ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର