ଭୁବନେଶ୍ବର: ଭୁବନେଶ୍ବର ଟାଉନ୍‌ ବସ୍‌ ସର୍ଭିସ୍‌ ପକ୍ଷରୁ କଳିଙ୍ଗ ବିହାରଠାରୁ ନୂତନ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଟାଉନ୍‌ ବସ୍‌ କୋ-ଅପରେଟିଭ୍‌ ସୋସାଇଟିର ସଭାପତି ରାମଚନ୍ଦ୍ର ମିଶ୍ର ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି। ସଭାପତି ଶ୍ରୀ ମିଶ୍ର କହିଲେ, ଏହି ବସ୍‌ ସେବା ଖୋର୍ଧାରୁ କଟକ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୨ଟି ବସ୍‌ ଚଳାଚଳ କରିବ। ପରେ ଏଥିରେ ବୃଦ୍ଧି କରାଯିବ। କଳିଙ୍ଗନଗରଠାରୁ ବରମୁଣ୍ଡା, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ନନ୍ଦନକାନନ, ସିଡିଏ, ହାଇକୋର୍ଟ ହୋଇ ବସ୍‌ ବାଦାମବାଡ଼ିରେ ପହଞ୍ଚିବ। ସେଠାରୁ ସମାନ ରୁଟ୍‌ରେ ଫେରିବ। ବରମୁଣ୍ଡାରୁ କଟକ ପର୍ଯ୍ୟନ୍ତ ୩୦ ଟଙ୍କାରେ ସେବା ଯୋଗାଇ ଦିଆଯିବ। ବରିଷ୍ଠ ନାଗରିକଙ୍କୁ ୫୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ। ପ୍ରତ୍ୟେକ ୧୫ ମିନିଟ୍‌ରେ ବସ୍‌ ଉପଲବ୍ଧ ହେବ। ଆଜିର ଏହି ଉଦ୍‌ଘାଟନ ପର୍ବରେ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, ଷ୍ଟାଣ୍ଡ୍‌ ସମ୍ପାଦକ ବିଜୟ କୁମାର ସାହୁ, ବସ୍‌ ମାଲିକ ତ୍ରିଲୋଚନ ରାଉତ, ଅମୂଲ୍ୟ ପ୍ରଧାନ, ମାନସ ରଂଜନ ସାହୁ, ବାପି ରାଉତ, ଅଶୋକ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।