କ୍ରାଇମବ୍ରାଞ୍ଚ ପାଇଁ ନୂଆ ଚ୍ୟାଲେଞ୍ଜ, ଆଇପି ଆଡ୍ରେସ୍‌ ବି ଜାଲ୍‌

କଟକ: ସାଇବର‌୍‌ ଅପରାଧୀମାନେ ଆଇପି ଆଡ୍ରେସ୍‌ (ଇଣ୍ଟର‌୍‌ନେଟ୍‌ ପ୍ରୋଟକଲ) ବି ଜାଲ୍‌ କରିଦେଉଛନ୍ତି। ଅନ୍‌ଲାଇନ୍‌ରେ ଅପରାଧ ଘଟାଇବା ପାଇଁ ନିଜ କମ୍ପ୍ୟୁଟରର ଆଇପି ଆଡ୍ରେସ୍‌କୁ ମାସ୍କି˚ ବି ଲୁଚାଇ ଦେଉଛନ୍ତି। ଇଣ୍ଟରନେଟ୍‌ ସର୍ଭିସ ପ୍ରୋଭାଇଡର‌୍‌ଙ୍କ ପକ୍ଷରୁ ମିଳିଥିବା ମୂଳ ଆଇପି ଆଡ୍ରେସକୁ ଅନଲାଇନ୍‌ ସଫ୍ଟୱେର ମାଧ୍ୟମରେ ସାଇବର‌୍‌ ଅପରାଧୀ ମାସ୍କି˚ କରି ବିଦେଶର ଜାଲ୍‌ ଆଇପି ଆଡ୍ରେସ୍‌ ବ୍ୟବହାର କରୁଛନ୍ତି। ଦିଲ୍ଲୀରେ ଆଡ୍ଡା ଜମାଇଥିବା ନାଇଜେରୀୟ ଏବ˚ ପାକିସ୍ତାନର ନିର୍ଦ୍ଦିଷ୍ଟ ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ ଆଇପି ଆଡ୍ରେସ୍‌ ମାସ୍କି˚ କୌଶଳରେ ପାରଙ୍ଗମ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ନୂଆ ଅପରାଧିକ କୌଶଳ କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ପ୍ରତ୍ୟେକ ଇଣ୍ଟର‌୍‌ନେଟ୍‌ ବ୍ୟବହାରକାରୀଙ୍କ କମ୍ପ୍ୟୁଟର ବା ମୋବାଇଲ୍‌ରେ ସ୍ବତନ୍ତ୍ର ନମ୍ବର ଥାଏ। ତାକୁ ଆଇପି ଆଡ୍ରେସ୍‌ କୁହାଯାଏ। ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡର‌୍‌ଙ୍କ ପକ୍ଷରୁ ଗ୍ରାହକଙ୍କୁ ଏହି ନମ୍ବର ଯୋଗାଇ ଦିଆଯାଏ। ଏହି ଆଡ୍ରେସ୍‌ରୁ ହିଁ ଜଣେ ଗ୍ରାହକ କେଉଁ ଦେଶର ଏବ˚ ତାଙ୍କ ସମ୍ପୂର୍ଣ୍ଣ ଠିକଣା ଜଣାପଡ଼ିଯାଏ। ଏମିତିକି ଗ୍ରାହକ ରହୁଥିବା ଅଞ୍ଚଳର ଦ୍ରାଘିମା ଓ ଅକ୍ଷା˚ଶ ମଧ୍ୟ ଚିହ୍ନଟ କରାଯାଇପାରେ। ସାଇବର‌୍‌ ଅପରାଧୀ ଅନ୍‌ଲାଇନ୍‌ରେ କୌଣସି ଅପରାଧ ଘଟାଇଲେ ପୁଲିସ ଉକ୍ତ କମ୍ପ୍ୟୁଟରକୁ ଆଇପି ଆଡ୍ରେସ୍‌ ମାଧ୍ୟମରେ ଠାବ କରିଥାଏ। ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡର‌୍‌ ଗ୍ରାହକଙ୍କୁ ଦୁଇପ୍ରକାର ଆଇପି ଆଡ୍ରେସ୍‌ ଯୋଗାଇଥାନ୍ତି। ଷ୍ଟାଟିକ୍‌ ଏବ˚ ଡାଇନାମିକ୍ ଆଇପି। ଷ୍ଟାଟିକ୍‌ ଆଇପି ସହଜରେ ମାସ୍କି˚ କରାଯାଇପାରିବ ନାହିଁ। କିନ୍ତୁ ଅଧିକା˚ଶ ଇଣ୍ଟର‌୍‌ନେଟ୍‌ ସର୍ଭିସ ପ୍ରୋଭାଇଡ୍‌ ଗ୍ରାହକଙ୍କୁ ଡାଇନାମିକ୍‌ ଆଇପି ଦେଉଥିବାରୁ, ଏହାକୁ ଅନ୍‌ଲାଇନ୍‌ରେ ସାଇବର ଅପରାଧୀମାନେ ସହଜରେ ମାସ୍କି˚ କରିପାରୁଛନ୍ତି। ସର୍ଭିସ୍‌ ପ୍ରୋଭାଇଡର‌୍‌ ପ୍ରଦାନ କରିଥିବା ନିଜର ମୂଳ ଆଇପି ଆଡ୍ରେସକୁ ଅପରାଧୀମାନେ ମାସ୍କି˚ ବା ଘୋଡ଼ାଇ ଅନ୍ୟ ଦେଶର ଜାଲ୍‌ ଆଇପି ଆଡ୍ରେସ ମାଧ୍ୟମରେ ଅପରାଧ ଘଟାଉଛନ୍ତି।
କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୧୬-୧୭ ବର୍ଷ ଏବ˚ ୨୦୧୭-୧୮ ବର୍ଷରେ ରୁଜୁ ହୋଇଥିବା ମୋଟ ଠକେଇ ମାମଲାରେ ୯୦ ପ୍ରତିଶତ କମ୍ପ୍ୟୁଟରର ଆଇପି ଆଡ୍ରେସ ଜାଲ୍‌ ବୋଲି ଜଣାପଡ଼ିଛି। ଏଭଳି ଜାଲିଆତି ଦ୍ବାରା ପ୍ରକୃତ ଅପରାଧୀଙ୍କ ନିକଟରେ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚିବା ସହଜ ହେଉ ନାହିଁ। ମୁଖ୍ୟତଃ ସାଇବର‌୍‌ ଘୋଷ୍ଟ୍‌ ଭିପିଏନ୍‌, ହଟ୍‌ସ୍ପଟ ସିଲ୍ଡ, ରିଅଲ୍‌ ହାଇଡ୍‌ ଆଇପି, ଆଇପି ହାଇଡ୍‌ ପ୍ରୋ, ହାଇଡ୍‌ ମାଇଁ ଆଇପି, ମାସ୍କ ମାଇଁ ଆଇପି ଭଳି ସଫ୍ଟୱେର ଅନ୍‌ଲାଇନ୍‌ରେ ନକଲି ଆଇପି ଆଡ୍ରେସ୍‌ ଯୋଗାଉଥିବା କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଏବେ ଦିଲ୍ଲୀରେ ଚଢ଼ଉ ପରେ କିଛି ଆଇପି ଆଡ୍ରେସ୍‌ ଋଷ୍‌, ଚାଇନା, ଆମେରିକାରୁ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ନାଇଜେରୀୟ ଗ୍ୟାଙ୍ଗ୍‌ ‘ଟେକ୍ସଟ୍‌ ମି ଆପ୍ଲିକେସନ୍‌’ରେ ଅନ୍ୟ ରାଷ୍ଟ୍ରର ନକଲି ମୋବାଇଲ୍‌ ନମ୍ବର ବ୍ୟବହାର କରି ଅପରାଧ ଘଟାଉଛନ୍ତି। ଠିକ୍‌ ସେହିପରି ଏବେ ୧୯୫ ରାଷ୍ଟ୍ରର ନକଲି ଆଇପି ଆଡ୍ରେସ୍‌ ବି ମିଳିଯାଉଛି। ଅନ୍‌ଲାଇନ୍‌ରେ କେଉଁ କମ୍ପ୍ୟୁଟର ବା ମୋବାଇଲ୍‌ରେ ଇଣ୍ଟର‌୍‌ନେଟ୍‌ର ଅପବ୍ୟବହାର କରାଯାଉଛି। ତାକୁ ଠାବ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସାଇବର‌୍‌ ସେଲ୍‌ ଆଇପି ଆଡ୍ରେସ୍‌ର ସାହାଯ୍ୟ ନେଉଥିଲା। ଏବେ ଆଇପି ଆଡ୍ରେସ୍‌ ବି ଜାଲ୍‌ ବୋଲି ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ନିକଟରେ ନାଇଜେରିୟ ଗ୍ୟାଙ୍ଗକୁ ଦିଲ୍ଲୀରୁ ଠାବ କରିବା ପରେ ଏଭଳି କେଳେଙ୍କାରୀ ଧରାପଡ଼ିଛି। ଏହାକୁ ମୁକାବିଲା କରିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର