ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ନୂତନ ଜିଲ୍ଲାପାଳ ଚଞ୍ଚଳ ରଣା ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଲିପାଟଣା ବ୍ଲକ ଗସ୍ତରେ ଆସିଥିଲେ।  ଏହି ଅଵସରରେ ସେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ସମୀକ୍ଷା କରିଥିଲେ | ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଟି କାର୍ଯ୍ୟ ବୁଲି ଦେଖିବା ସହ ହସ୍ପିଟାଲର ପ୍ରତ୍ୟେକ ବିଭାଗ ଟିକିନିକି କରି ଦେଖିଥିଲେ |

Advertisment

ସାଧାରଣ ଜନତା ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ | ତୁରନ୍ତ ସମସ୍ତ ପଦ ପୂରଣ ହେବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ | ନିର୍ମାଣାଧୀନ ୫ ଟି କାର୍ଯ୍ୟକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ | ରୋଗୀ ଙ୍କ ସମ୍ପର୍କୀୟଙ୍କ ରାତ୍ରିଯାପନ ପାଇଁ ବ୍ୟବସ୍ଥା କରିବାକୁ ବିଡ଼ିଓଙ୍କୁ ସେ ନିର୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ , ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା , ଆର ଆଣ୍ଡ ବି ସହକାରୀ ଯନ୍ତ୍ରୀ , ପୂର୍ତ୍ତ ବିଭାଗ ଯନ୍ତ୍ରୀ, ମେଡିକାଲ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ|