ପାଓ୍ବାର ହାଉସ ଛକରେ ଖୋଲିଲା ଟିପିସିଓଡିଏଲର ନୂଆ କର୍ପୋରେଟ ଅଫିସ

ଭୁବନେଶ୍ୱର:  ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଭୁବନେଶ୍ୱରର ପାୱାର ହାଉସ୍ ଛକଠାରେ ନିଜର ନୂଆ କର୍ପୋରେଟ୍ ଅଫିସକୁ ଉଦଘାଟନ କରାଯାଇଛି ।

ଏହି ଅଫିସକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ୟୁଏନ ବେହେରା ଉଦଘାଟନ କରିଥିଲେ । ଏହି ଅବସରରେ ଟାଟା ପାଓ୍ବାର ଏମଡି ଡକ୍ଟର ପ୍ରବୀର ସିହ୍ନା ଓ ଟିପିସିଓଡିଏଲର ସିଇଓ ଏମ, ସେନବାଗମ ଉପସ୍ଥିତ ଥିଲେ ।

ଏହି ନୂତନ କାର୍ଯ୍ୟାଳୟ ହେଉଛି ଏକ ଦୁଇ ମହଲା ବିଶିଷ୍ଟ କୋଠା ଓ ଏହା ଗ୍ରାହକ ସେବା କେନ୍ଦ୍ର ନିକଟରେ ରହିଛି ।  ଏହି କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟ କରିବାର ଏକ ଅନୁକୂଳ ପରିବେଶ ପ୍ରଦାନ କରିବ । ଟିପିସିଓଡିଏଲ୍ ପକ୍ଷରୁ ମଧ୍ୟ ସମସ୍ତ ବିଦ୍ୟୁତ ଭିତ୍ତିଭୂମିର ନବୀକରଣ କରାଯାଉଛି ଯେଉଁଗୁଡ଼ିକର  ଦୀର୍ଘଦିନ ଧରି ମରାମତି ହୋଇନାହିଁ ।

ସମ୍ବନ୍ଧିତ ଖବର