ଭୁବନେଶ୍ୱର : ଆସନ୍ତାକାଲି (ସୋମବାର) ଭୁବନେଶ୍ୱରର ନୂଆ ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିବେ। ଡିସିପିଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍ କମିସନର୍ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ। ପୁଲିସ ସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଠିକ ସେହିଭଳି କଟକର ନୂତନ ଡିସିପି ଭାବରେ ପ୍ରତୀକ ସିଂହ ଦାୟିତ୍ବ ଗ୍ରହଣ କରିବେ। ଡିସିପିଙ୍କ ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିବେ। ଉଭୟ କାର୍ଯ୍ୟକ୍ରମ ପୁଲିସ ସେବା ଭବନରେ ଅନୁଷ୍ଠିତ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର : ଆଜି ଦାୟିତ୍ୱ ନେବେ ନୂଆ ଡିସିପି
/sambad/media/post_attachments/wp-content/uploads/2020/07/umasankar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)