ତରଙ୍ଗ ସିନେ ପ୍ରଡକ୍ସନ୍ର ନିର୍ମାଣାଧୀନ ଚଳଚ୍ଚିତ୍ର ‘ସୁନ୍ଦରଗଡ଼ର ସଲମନ୍ ଖାନ୍’ରେ ମୁଖ୍ୟ ନାୟିକା ଭୂମିକାରେ ବାବୁସାନଙ୍କ ବିପକ୍ଷରେ ଡେବ୍ୟୁ କରିବାକୁ ଯାଉଛନ୍ତି ଚୁଲ୍ବୁଲି ନାୟିକା ଦିବ୍ୟାଦିଶା ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ନୂଆ ହେଲେ ହେଁ ଦିବ୍ୟାଦିଶା ତେଲୁଗୁ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜ ଅଭିନୟର ପରାକାଷ୍ଠା ଦେଖାଇ ବାଃବାଃ ସାଉଁଟିଛନ୍ତି। ତେଲୁଗୁ ଚଳଚ୍ଚିତ୍ର ‘ନେନେକାନି’ ଏବଂ ତେଲୁଗୁ ଧାରାବାହିକ ‘ନଥିଚରାମି’ରେ ବଳିଷ୍ଠ ଅଭିନୟ କରି ଦକ୍ଷିଣୀ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତାଙ୍କ ଅଭିନୟର ଜଲ୍ଓ୍ଵା ଓଡ଼ିଆ ଦର୍ଶକ ରଜରେ ଉପଭୋଗ କରିବାର ସୁଯୋଗ ପାଇବେ। ତରଙ୍ଗ ଏହି ଚଳଚ୍ଚିତ୍ର ପାଇଁ ଜଣେ ନୂଆ ମୁହଁ ସନ୍ଧାନରେ ଥିବା ବେଳେ ଦିବ୍ୟାଦିଶାଙ୍କୁ ଯୋଗାଯୋଗ କରିଥିଲେ। ପରେ ଦିବ୍ୟା ଅଡିସନ୍ ଦେଇ ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦିବ୍ୟାଦିଶା ଏହି ଚଳଚ୍ଚିତ୍ରରେ ଜମିଦାର ଘରର ଝିଅ ଭୂମିକାରେ ଅଭିନୟ କରିଥିବା ବେଳେ ଏଥିରେ ତାଙ୍କୁ ସେ ଜଣେ ଭାବପୂର୍ଣ୍ଣ, ଚୁଲ୍ବୁଲି ଝିଅ ଚରିତ୍ରରେ ଦେଖିବାକୁ ମିଳିବେ। ରଜରେ ଏହା ମୁକ୍ତିଲାଭ କରୁଥିବା ବେଳେ ରଜ ପର୍ବ ସମ୍ବନ୍ଧୀୟ କଥାବସ୍ତୁ ରହିଛି। ତେଣୁ ଏହା ଲୋକଙ୍କୁ ନିଶ୍ଚେ ଭଲ ଲାଗିବ ଏବଂ ରଜରେ ଲୋକେ ଏକ ପୂର୍ଣ୍ଣ ମନୋରଂଜନ ଭିତ୍ତିକ ଚିତ୍ର ଦେଖିବାକୁ ପାଇବେ ବୋଲି ଦିବ୍ୟା କହିଛନ୍ତି। ଭୁବନେଶ୍ୱର ଝାରପଡ଼ାରେ ରହୁଥିବା ଦିବ୍ୟା ପିଲାବେଳୁ ଅଭିନୟ କ୍ଷେତ୍ରରେ ପାଦ ଦେବେ ବୋଲି ଭାବିନଥିଲେ। ମାତ୍ର ଅଭିନୟ ଦୁନିଆକୁ ସେ ଏକ ଘଟଣାକ୍ରମରେ ଚାଲି ଆସିଥିଲେ। ଏବେ କିନ୍ତୁ ଏହି ଅଭିନୟକୁ ପେସା କରିବେ ବୋଲି ମନସ୍ଥ କରିଛନ୍ତି।
ନୂଆ ଚେହେରା : ସିନେ ତାଲିକାରେ ଆଉ ଜଣେ ଚୁଲ୍ବୁଲି
/sambad/media/post_attachments/wp-content/uploads/2018/05/face-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)