‘ନିଉ ଫାଇଣ୍ଡିଂସ୍‌ ଅନ୍‌ ଶିରିଡ଼ି ସାଇବାବା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଶିରିଡ଼ି ସାଇବାବାଙ୍କ ଉପରେ ବହୁ ଅଜଣା ଓ ନୂତନ ତଥ୍ୟକୁ ନେଇ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କର ଏକ ଗବେଷଣାତ୍ମକ ପୁସ୍ତକ ‘ନିଉ ଫାଇଣ୍ଡିଂସ୍‌ ଅନ୍‌ ଶିରିଡ଼ି ସାଇବାବା’ ଉନ୍ମୋଚିତ ହୋଇଯାଇଛି। ଡ. ଶତପଥୀ ଦୀର୍ଘ ବର୍ଷ ଧରି ସାଇବାବାଙ୍କ ରହସ୍ୟାବୃତ୍ତ ଜୀବନୀ, ସେ ସମୟର ଶିରିଡ଼ି ଓ ତତ୍‌ସମ୍ବନ୍ଧୀୟ ଘଟଣାବଳୀଗୁଡ଼ିକ ଉପରେ ଗବେଷଣା କରୁଥିଲେ। ଏଥରୁ ପ୍ରାପ୍ତ ନୂତନ ତଥ୍ୟକୁ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି। ପୁସ୍ତକରେ ସରକାରୀ ରେକର୍ଡରୁ ସାଇବାବାଙ୍କର ମୃତ୍ୟୁ ପ୍ରମାଣପତ୍ର, ତତ୍‌କାଳୀନ ବ୍ରିଟିସ ସରକାରଙ୍କ ଗୁଇନ୍ଦା ବିଭାଗର କାର୍ଯ୍ୟାବଳୀ, ସାଇବାବାଙ୍କ ସମ୍ପର୍କରେ ସେ ସମୟରେ ଦୈନନ୍ଦିନ ପ୍ରକାଶ ପାଉଥିବା ଘଟଣାବଳୀ ଆଦି ବିଷୟ ତଥ୍ୟନିଷ୍ଠ ଓ ପ୍ରମାଣ ସହକାରେ ବର୍ଣ୍ଣିତ ହୋଇଛି। ଟଙ୍କପାଣି ରୋଡ୍‌ସ୍ଥିତ ଶିରିଡ଼ି ସାଇ ମନ୍ଦିର ସମେତ ସମସ୍ତ ସାଇ ମନ୍ଦିରରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ଶିରିଡ଼ି ସାଇ ମନ୍ଦିର ସମିତି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର