ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଳକାଟିସ୍ଥିତ ମା’ ଦୁଲ୍ଲାଦେବୀ ମନ୍ଦିର ପରିସରରେ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ୪ ଦିନ ଧରି ମହାବୀରଙ୍କ ପୂଜାନୀତି ଚାଲିଥିବା ବେଳେ ଅପରାହ୍ନରେ ପୂର୍ଣ୍ଣହୁତି ଏବଂ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା। ୨୨ ତାରିଖ ସନ୍ଧ୍ୟାରେ ଅଙ୍କୁରାରୋପଣ, ୨୩ ତାରିଖ ସନ୍ଧ୍ୟା ୮ଟାରେ ଧନୁଆ ନଦୀରୁ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୪ ତାରିଖରେ ସୂର୍ଯ୍ୟପୂଜା, ସାଲାପୂଜା ଏବଂ ସ୍ନାନବିଧି ସମ୍ପନ୍ନ ହୋଇଥିଲା। ଆଜି ସୂର୍ଯ୍ୟପୂଜା ପରେ ସ୍ନାନ, ଆଳତି, ବାଳଭୋଗ ଲାଗି ହୋଇଥିଲା।

Advertisment

ମଧ୍ୟାହ୍ନରେ ଡାଲମା, ଖେଚୁଡ଼ି, ଖିରି ଆଦି ଶଙ୍ଖୁଡ଼ି ଭୋଗ ଲାଗି ହୋଇଥିଲା।  ହନୁମାନ ଚାଳିଶା ଆବୃତ୍ତି ସାଙ୍ଗକୁ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମଧ୍ୟାହ୍ନରେ ୫ ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ଭାଗ୍ୟଧର ନନ୍ଦି, ବେଣୁଧର ଭୋଇ, ଅରବିନ୍ଦ ସାହୁ, ବିଜୟ ସାହୁ, ନିଶିକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।