ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତକାଲି କ୍ୟାଡର ନିୟମରେ ରେସିଡେନ୍ସି ପିରିୟଡକୁ କୋହଳ କରିଛନ୍ତି। ତୃତୀୟ ବର୍ଗ ଯଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏବଂ ଭି(ବି) ଶିକ୍ଷକ ଶିକ୍ଷୟିତ୍ରୀ ୬ମାସ ଉକ୍ତ ପଦବିରେ ରହି ପଦୋନ୍ନତି ପାଇବେ। ପ୍ରଚଳିତ ଏଲିମେ୍ଣ୍ଟାରି କ୍ୟାଡର ନିୟମରେ ଗୋଟିଏ ବର୍ଷ ରେସିଡେନ୍ସି ପିରିୟଡ କୋହଳ କରି ରାଜ୍ୟରେ ୪୮,୭୧୨ଟି ପଦକୁ ତୁରନ୍ତ ପୂରଣ କରିବାକୁ ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେସନ୍ର ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ ଓ ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଏଣୁ ସଂଗଠନ ପକ୍ଷରୁ ଏକ ପ୍ରତିନିଧି ମଣ୍ଡ​ଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଛି।
ରେସିଡେନ୍ସି ପରିୟଡ୍ କୋହଳ ଯୋଗୁଁ ରାଜ୍ୟରେ ନୂତନ ନିଯୁକ୍ତି ସୃଷ୍ଟିହେବ
/sambad/media/post_attachments/wp-content/uploads/2023/03/54fs654fsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)