ପୁରୁଣା ଭୁବନେଶ୍ୱର: ବିନ୍ଦୁସାଗର ମଧ୍ୟରେ ଥିବା ଜଗତିର ଫାଟର ମରାମତି ଓ ପୁନରୁଦ୍ଧାର କାମ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଏଥି ପାଇଁ ୫ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି କୁହାଯାଇଛି। ପ୍ରଥମେ ସେଠାରେ ଥିବା ମନ୍ଦିର କିଛି ଫାଟ ମରାମତି କରାଯିବ। ଏହା ପରେ ଏହାର ଚଟାଣ ଫାଟ ମରାମତି ହେବ। ସେହିପରି ଚାରିପଟ ପାଚେରିର ଅନାବନା ଗଛ ଉପୁଡ଼ାଯିବ ବୋଲି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ଯନ୍ତ୍ରୀ ଶୁଭେନ୍ଦୁ ପୃଷ୍ଟି କହିଛନ୍ତି । ପ୍ରକାଶ ଯେ, ଜଗତିର ବାମ ପାର୍ଶ୍ଵ ଓ ଚନ୍ଦନ କୁଣ୍ଡ ପଛପଟେ ଏହି ଫାଟ ଦେଖା ଦେଇଥିଲା। ୩ବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବେଳେ ଏହି ଘଟଣା ପଦାକୁ ଆସିଥିଲା। ସେତେବେଳେ ଏହି ଫାଟକୁ ବିଏମ୍ସି ମରାମତି କରିବା ସହ ଏହାର ପୁନରୁଦ୍ଧାର କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏହା କରିପାରିଲା ନାହିଁ। ଏହା ଯୋଗୁଁ ସେବାୟତମାନେ କ୍ଷୋଭ ପ୍ରକାଶ କରିଥିଲୋ ବିଏମ୍ସି ପକ୍ଷରୁ ଗତବର୍ଷ ଚନ୍ଦନ ଯାତ୍ରା ପୂର୍ବରୁ କେବଳ କାଁଭାଁ ସ୍ଥାନରେ ସିମେଣ୍ଟ୍ ଦିଆଯାଇଥିଲା। ତେବେ ଏହାର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ। ଏଥି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି।
ଜଗତି ମରାମତି ଆରମ୍ଭ, ନୂଆ ରୂପ ନେବ
/sambad/media/post_attachments/wp-content/uploads/2018/02/lingaraj-jagati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)