ଆଇସିଏଆଇ ଭୁବନେଶ୍ବର ଚାପ୍ଟର୍‌ର ନୂଆ ପରିଚାଳନା କମିଟି

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ସ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ବର ଚାପ୍ଟର ଏହାର ନୂଆ ପରିଚାଳନା କମିଟି ନିର୍ବାଚିତ କରିଛି। ଏଥିରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ଚେୟାରମ୍ୟାନ, ସିଏମଏ ଶରତ କୁମାର ବେହେରା ଭାଇସ ଚେୟାରମ୍ୟାନ, ସିଏମଏ ‌ରମେଶ ଚନ୍ଦ୍ର ପାତ୍ର ସମ୍ପାଦକ ଏବଂ ସିଏମଏ ସୌମ୍ୟ ରଂଜନ ଜେନା କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।

ଅନ୍ୟ ନିର୍ବାଚିତ ସଦସ୍ୟମାନେ ହେଲେ, ସିଏମ୍‌ଏ ବରଦା ପ୍ରସନ୍ନ ନାୟକ, ସିଏମଏ ଅବିନାଶ କୋଟନି, ସିଏମଏ ଶୁଭାଶିଷ ସାହୁ, ସିଏମଏ ସତ୍ୟସୁନ୍ଦର ମହାସୁଆର ଏବଂ ସିଏମଏ ଅଜୟ କୁମାର ସାମଲ। ଏହି ଅବସରରେ ଭୁବନେଶ୍ବର ଚାପ୍ଟରର ୫୪ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଦାୟୀ ଚେୟାରମ୍ୟାନ ଆଶୁତୋଷ ଦେବତା ବାର୍ଷିକ ବିବରଣୀ ପାଠ କରିବା ସହିତ ୨୦୨୨-୨୩ ବାର୍ଷିକ ଆକାଉଣ୍ଟସ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର