ଭସାଣି ଉତ୍ସବ ସମିତିର ନୂତନ କର୍ମକର୍ତ୍ତା

ଭୁବନେଶ୍ବର: ଭୁବନେଶ୍ବର ଭସାଣି ଉତ୍ସବ ସମିତିର ସାଧାରଣ ସଭା ସହିଦନଗର ଦୁର୍ଗାପୂଜା ମଣ୍ଡ‌ପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶୃଙ୍ଖଳାର ସହ ପୂଜା ଏବଂ ଭସାଣି ସମ୍ପାଦନ ପାଇଁ ନିଷ୍ପତ୍ତି ହେବା ସହ ଆସନ୍ତା ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ଏଥିରେ ମୁଖ୍ୟ ଉପଦେଷ୍ଟା ଭାବେ ରବୀନ୍ଦ୍ରନାଥ ବିଶ୍ବାଳ, ଉପଦେଷ୍ଟା ଭାବେ ସୁଧୀର ଶତପଥୀ, ଧରଣୀଧର ଜେନା, ସୁକାନ୍ତ ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ, ପ୍ରଭାସ ସୁନ୍ଦରାୟ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

ସେହିଭଳି ସଭାପତି ଭାବେ ଡାକ୍ତର ଜଗନ୍ନାଥ ମହାପାତ୍ର, କାର୍ଯ୍ୟକାରୀ ସଭାପତି ମନୋରଂଜନ ଦାସ, ଉପସଭାପତି ମନେନ୍ଦ୍ର ଦାସ, ଦିଲ୍ଲୀପ ଦାଶଶର୍ମା, ଜ୍ୟୋତିଷ ସାହୁ, ଉପେନ୍ଦ୍ର ପାଇକରାୟ, ସୁରେଶ ଚନ୍ଦ୍ର ରାଉତରାୟ, ଗିରୀଶ ଚନ୍ଦ୍ର ରାଉତ, ପ୍ରଭାତ ପରିଡ଼ା, ଦେବରାଜ ମହାନ୍ତି, ଉଗ୍ରସେନ ମଙ୍ଗରାଜ, ସୁଶାନ୍ତ ଜେନା, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସେହିଭଳି ସାଧାରଣ ସମ୍ପାଦକ ହରୀଶ ପ୍ରସାଦ ରଥ, ସମ୍ପାଦକ ଶିବ ସୁନ୍ଦର ଛୋଟରାୟ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ କର, ପ୍ରମୋଦ ସାହୁ, ସୁବୋଳ ‌ବେହେରା, ବିମଳ ମଣ୍ଡଳ, ବସନ୍ତ ସାହୁ, କୃତାର୍ଥ ପ୍ରଧାନ, ଗଗନ ବିହାରୀ ବସ୍ତିଆ, ଶିବନାରାୟଣ ରାଏ, ବିଜୟ ଚୌଧୁରୀ, ସତ୍ୟବ୍ରତ ନାୟକ ଓ କୋଷାଧ୍ୟକ୍ଷ ଭାବେ ଅଚ୍ୟୁତ ପ୍ରସାଦ ବେହେରା, ସହ କୋଷାଧ୍ୟକ୍ଷ ବିଜୟ ଦାସ, ଗଣାଧ୍ୟମ ସଂଯୋଜକ ଭାବେ ସନତ ମିଶ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର