ଭୁବନେଶ୍ୱର : ବାପୁଜୀନଗର ଚାମ୍ବର ଅଫ୍ କମର୍ସର ନୂତନ କର୍ମକର୍ତା ଆଜି ନିର୍ବାଚିତ ହୋଇଛନ୍ତି। ଆଜି ଝାଡ଼େଶ୍ୱରୀ ମନ୍ଦିରରେ ଆୟୋଜିତ ଏକ ବୈଠକରେ ନୂତନ କର୍ମକର୍ତାମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିରେ ମୀର୍ ମହମ୍ମଦ୍ କଲିମ୍ ସଭାପତି , ମୋହନ ଜେନା ଉପସଭାପତି, ଦୁର୍ଗା ପ୍ରସାଦ ସାହୁ ସାଧାରଣ ସମ୍ପାଦକ , କୃଷ୍ଣ କୁମାର ଅଗ୍ରଓ୍ଵାଲ ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ଶମ୍ଭୁନାଥ ପଣ୍ଡା ନିର୍ବାଚିତ ହୋଇଛନ୍ତି।