ନୂଆ ବିଧାୟକଙ୍କ ଅଚାନକ ଚଢ଼ଉ: ପ୍ରତାପନଗରୀ ବ୍ରିଜ୍‌ର ତଦାରଖ କଲେ, ନୂଆବନ୍ତ ହସ୍ପିଟାଲ ବୁଲିଲେ

ଚନ୍ଦ୍ରଶେଖରପୁର: ବିଧାୟକ ଭାବେ ଶପଥ ନେବାର ଦିନ କେଇଟା ପରେ ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ। ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଅଚାନକ ଚଢ଼ଉ କରି ଯାଞ୍ଚ କରିଛନ୍ତି। ଲୋକଙ୍କ ସମସ୍ୟା ବୁଝୁଛନ୍ତି। କାମ ଠିକ୍‌ ଭାବେ ହେଉଛି କି ନାହିଁ ତାହାର ବି ଯାଞ୍ଚ କରିଛନ୍ତି। ସୋମବାର ସକାଳୁ ବିଧାୟକ ଶ୍ରୀ ରାଉତ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ଦାଢ଼ ପଞ୍ଚାୟତ ଅନ୍ତର୍ଗତ ପ୍ରତାପନଗରୀ ବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। କଟକ-ଭୁବନେଶ୍ବର ସହରର ଯୋଗଯୋଗ ଆହୁରି ସୁଗମ କରିବାକୁ ନିର୍ମାଣ ହେଉଥିବା ଏହି ବ୍ରିଜ୍‌ର ତଦାରଖ କରିଥିଲେ। କାର୍ଯ୍ୟ କେତେ ବାଟ ଆଗେଇଲାଣି? ଆଉ କେତେ ଦିନ ଲାଗିବ? କେଉଁଠି ସମସ୍ୟା ରହିଛି? ଆଦି ବିଷୟରେ ପଚାରି ବୁଝିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ବର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ପାଞ୍ଚ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହ ଅଞ୍ଚଳର ମୁରବୀମାନେ ଏହି ସମୟରେ ଉପସ୍ଥିତ ଥିଲେ।

ମଧ୍ୟାହ୍ନ ୧୨ଟା ବେଳକୁ ନୂଆବନ୍ତ ହସ୍ପିଟାଲ ଯାଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ମେଡିକାଲ ବନ୍ଦ ହୋଇଯାଇଥିଲା। ଡାକ୍ତର ନ ଥିଲେ। କିଛି କର୍ମଚାରୀ ଉପସ୍ଥିତ ଥିଲେ। ସକାଳ ସାଢେ଼ ୮ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ୬୯ ଜଣ ରୋଗୀ ପଞ୍ଜୀକୃତ ହୋଇଥିବା ଖାତାରେ ଦେଖିବାକୁ ମିଳିଥିଲା। ସାଢ଼େ ତିନି ଘଣ୍ଟା ମଧ୍ୟରେ ଏତେ ସଂଖ୍ୟାରେ ରୋଗୀ ପଞ୍ଜୀକୃତ ହେବାକୁ ନେଇ ସନ୍ଦେହ ଉପୁଜିଥିଲା। ଡାକ୍ତରମାନେ ଦସ୍ତଖତ କରୁଥିବା ଖାତା ଯାଞ୍ଚ ସମୟରେ କିଛିଟା ଏପାଖସେପାଖ ହୋଇଥିବା ଦୃଷ୍ଟିକୁ ଆସିଥିଲା। ତେବେ ମଧ୍ୟାହ୍ନ ୧୨ଟା ଡେଇଁ ଯାଇଥିବାରୁ ବିଧାୟକ ଶ୍ରୀ ରାଉତ କୌଣସି ବି ଠୋସ୍‌ ପଦକ୍ଷେପ ନେଇପାରି ନଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ ଅବହେଳିତ ହୋଇପଡ଼ିଛି। ବିଧାୟକ ଶ୍ରୀ ରାଉତ କହିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରତାପନଗରୀ ବ୍ରିଜ୍‌ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି କେବଳ ନୂଆବନ୍ତ ହସ୍ପିଟାଲ ନୁହେଁ, ନିର୍ବାଚନମଣ୍ଡଳୀରେ ଥିବା ସ

ସମ୍ବନ୍ଧିତ ଖବର