ଭୁବନେଶ୍ବର ସତ୍ୟନଗରଠାରେ ବେଞ୍ଚମାର୍କ କ୍ଲାସେସ୍‌ର କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ବର : କରୋନା ସମୟରେ ଡାକ୍ତରମାନେ ମଣିଷ ରୂପୀ ଭଗବାନ ଭଳି ଲୋକଙ୍କର ସେବା କରିଛନ୍ତି । ଆଉ ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବା ଦିଗରେ ଅଭିନବ କାର୍ଯ୍ୟ କରିଛି  ଶିକ୍ଷାନୁଷ୍ଠାନ ବେଞ୍ଚ ମାର୍କ କ୍ଲାସେସ୍ । ଜଣାଶୁଣା କୋଚିଂ ଅନୁଷ୍ଠାନ ବେଞ୍ଚମାର୍କ କ୍ଲାସେସ୍‌ର ଏକ କାର୍ଯ୍ୟାଳୟ ସତ୍ୟନଗରଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ ଓ ଡଃ ସୁଦର୍ଶନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବେଞ୍ଚମାର୍କ କ୍ଲାସେସ୍‌ର ଅଧ୍ୟକ୍ଷ ରୋଟାରିଆନ୍ ପ୍ରସନ୍ନ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଏହାକୁ ତୁଷାର ବେଉରା, ରାକେଶ କୁମାର, ପ୍ରଣମ ମଣ୍ଡଳ, ଡ଼ ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନିର୍ଦେଶକ ଦୀପକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର