ନୂତନ ପେନସନ୍‌ ରଦ୍ଦ ଦାବି

ଶ୍ରମିକ କଂଗ୍ରେସ ପକ୍ଷରୁ ସଚେତନତା ସଭା

ଜଟଣୀ: ନୂତନ ପେନସନ୍‌ ରଦ୍ଦ କରି ପୁରୁଣା ପେନସନ୍‌ ଲାଗୁ ଦାବି ନେଇ ଆଜି ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧାରୋଡ୍ ମଣ୍ଡଳଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ୨୦୦୪ ମସିହା ପରଠାରୁ ରେଳପଥ ଚାକିରିରେ ଯୋଗ ଦେଇଥିବା କର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ସୃଷ୍ଟି କରାଯିବ ସହ ନୂତନ ପେନସନ୍‌ ଦ୍ୱାରା କର୍ମଚାରୀ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସଂପର୍କରେ ଆଲୋକପାତ କରାଯାଇଥିଲା।

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ୨୦୨୪ ନିର୍ବାଚନ ପୂର୍ବରୁ ପୁରୁଣା ପେନସନ୍‌ ଲାଗୁ କରାନଗଲେ, ଦେଶବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ। କାର୍ଯ୍ୟକ୍ରମରେ ସହସଂଯୋଜକ ସୁନୀଲ ଭଞ୍ଜ, କେନ୍ଦ୍ରୀୟ ପଦାଧିକାରୀ ଏମ୍‌.ଜି.କେ ରାଓ, ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା, ଆଶୁତୋଷ ବ୍ରହ୍ମାଙ୍କ ସମେତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ ବୋଲି ଶାଖା ସମ୍ପାଦକ ଏଲ୍‌.ଡି ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର