ଧଉଳି: ଧଉଳି ଶାନ୍ତିସ୍ତୂପର ସାମଗ୍ରିକ ବିକାଶ କାର୍ଯ୍ୟ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ନବୀକରଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁଦାନରୁ ୧କୋଟି ଟଙ୍କା ମଞ୍ଜୁର କରାଯାଇ ଓଡ଼ିଶା ସେତୁ ନିର୍ମାଣ ନିଗମକୁ କାର୍ଯ୍ୟଭାର ଦିଆଯାଇଛି। ଧଉଳି ଶାନ୍ତିସ୍ତୂପ ସାରାବିଶ୍ୱକୁ ଶାନ୍ତି, ମୈତ୍ରୀର ବାର୍ତ୍ତା ଦେଉଥିବା ବେଳେ କଳିଙ୍ଗର ବୀରତ୍ୱଗାଥା ବହନ କରୁଛି।
ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଏଥିରେ ସ୍ତୂପର ମରାମତି ସହ କଳାକୃତିର ମଧ୍ୟ ମରାମତି ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁ, କଳିଙ୍ଗ ନିପନ୍ ସଂଘର ସମ୍ପାଦକ ମାଇକେଲ, ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ସରପଞ୍ଚ ପୂର୍ଣ୍ଣିମା ସାହୁ, ସମିତି ସଭ୍ୟ ଭଗବାନ ସାହୁ, ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/28-4.jpg)