ଭୁବନେଶ୍ବର : ବିଏମ୍ସି ଅଧୀନରେ ଭତ୍ତା ପାଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏଣିକି ଆଧାର ସଂଯୋଗ ଜରିଆରେ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ଆଜି ବିଏମ୍ସି ଓ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ବିଏମ୍ସି ପକ୍ଷରୁ ଡେପୁଟି କମିସନର ଅଶୋକ କୁମାର ମହାନ୍ତି ଓ ଆକ୍ସିସ୍ ବ୍ୟାଙ୍କ ସାମନ୍ତରାପୁର ଶାଖାର ବ୍ରଜ କିଶୋର ମିଶ୍ର ଏହି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ପରେ ବୁଝାମଣା ପତ୍ରକୁ ଆଦାନ ପ୍ରଦାନ କରିଥିଲେ ବିଏମ୍ସିର ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର। ଅତ୍ୟାବଶ୍ୟକ କ୍ଷେତ୍ରରେ ହିତାଧିକାରୀଙ୍କୁ ମାନୁଆଲ ପେମେଣ୍ଟ କରାଯିବ। ଏ ପର୍ଯ୍ୟନ୍ତ ୧୧ହଜାର ୭୧୫ଜଣଙ୍କ ଆଧାରଯୁକ୍ତ ପେମେଣ୍ଟ ପାଇଁ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଫେବ୍ରୁଆରି ମାସରୁ ଏହି ପ୍ରକ୍ରିୟାରେ କାର୍ଯ୍ୟ ଆରମ୍ଭ କରିବାକୁ ବିଏମ୍ସି କର୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ସେହିପରି ହିତାଧିକାରୀଙ୍କୁ ସେବା ଯୋଗାଇବା ପାଇଁ ଆକ୍ସିସ୍ ବ୍ୟାଙ୍କ ତରଫରୁ ବିଜିନେସ କରେସପଣ୍ଡେଣ୍ଟ ନିୟୋଜିତ କରାଯିବ। ଏହାସହ ଆବଶ୍ୟକ ଯାନ୍ତ୍ରିକ ଉପକରଣ ଯେପରି ମାଇକ୍ରୋ ଏଟିଏମ୍, ବାୟୋମେଟ୍ରିକ୍ ରିଡର ଆଦି ନିଶ୍ଚିତ କରାଯିବା ସହିତ ବିନା ମୂଲ୍ୟରେ ଏହି ସେବା ଯୋଗାଇ ଦେବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ସାମାଜିକ ସୁରକ୍ଷା ଅଧୀନରେ ସମସ୍ତ ହିତାଧିକାରୀଙ୍କ ଆଧାର ସଂଯୋଗ କରାଯାଉଛି। ଏହାଦ୍ବାରା ସ୍ବଚ୍ଛତା ବଜାୟ ରହିପାରିବ। ଏହି କାର୍ଯ୍ୟକ୍ରମରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସହକାରୀ ସଂପର୍କ ମୁଖ୍ୟ ଦେବାର୍ଚନ ମିଶ୍ର, ସରକାର ପ୍ରକ୍ରିୟା ପ୍ରତିନିଧି ମନୋରଞ୍ଜନ ମହାନ୍ତି, ସର୍କଲ ମୁଖ୍ୟ ଅରବିନ୍ଦ ସାହୁ, ରାଜ୍ୟ ମୁଖ୍ୟ ପ୍ରଦୀପ ଶତପଥୀ, ବିଏମ୍ସର ନର୍ଥ ଜୋନ୍ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ସାଉଥ-ଇଷ୍ଟ ଜୋନ୍ ଅଧିକାରୀ ରୂପକ କୁମାର ପଟ୍ଟନାୟକ, ସାଉଥ ୱେଷ୍ଟ ଜୋନ୍ ଅଧିକାରୀ ରବି ନାରାୟଣ ଜେଠୀ, ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବିଏମ୍ସି ଅଧୀନରେ ଭତ୍ତା ପାଉଥିବା ଯୋଗ୍ୟ ପେନସନ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ
ବିଏମ୍ସି ଓ ଆକ୍ସିସ୍ ବ୍ୟାଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ
/sambad/media/post_attachments/wp-content/uploads/2019/12/bad-loan-reu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)