ଭୁବନେଶ୍ୱ: ଅସମ୍ଭାଳ ହୋଇ ପଡ଼ିଥିବା ଟ୍ରାଫିକ୍ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ରାଜଧାନୀରେ ଆଉ ଏକ ନୂଆ ଟ୍ରାଫିକ୍ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଗତ ବର୍ଷ ପ୍ରସ୍ତାବ ଦିଆଯାଇଥିଲା। ଆଜି ରାଜ୍ୟ ସରକାର ଏ ନେଇ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ୧ କୋଟି ୯୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଚନ୍ଦ୍ରଶେଖରପୁରଠାରେ ଥିବା ଟ୍ରାଫିକ୍ ୟୁନିଟ୍କୁ ଥାନାରେ ରୂପାନ୍ତରିତ କରାଯିବ। ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ରାଜଧାନୀର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଜି ଛକରେ ଗୋଟିଏ ମାତ୍ର ଟ୍ରାଫିକ୍ ଥାନା ରହିଛି। ରାଜଧାନୀରେ ଯେଉଁଭଳି ହାରରେ ଗାଡ଼ିମଟର, ଆବାସିକ କଲୋନି, ନୂଆ ରାସ୍ତା ଓ ଜନସଂଖ୍ୟା ବଢ଼ୁଛି ସେହି ଅନୁପାତରେ ଟ୍ରାଫିକ୍ ସମସ୍ୟା ବଢ଼ି ବଢ଼ି ଚାଲୁଛି। ଏ ନେଇ ବିଭିନ୍ନ ସମୟରେ ବିଭିନ୍ନ ଛକରେ ଟ୍ରାଫିକ୍ ପୁଲିସ ମୁତୟନ କରିବାକୁ ଦାବି ହେଉଛି। କମିସନର ଖୁରାନିଆଙ୍କ କହିବା ଅନୁଯାୟୀ ଏବେ ସୁଦ୍ଧା ରାଜଧାନୀରେ ୧୭୬ଟି ଛକ ରହିଛି। କିନ୍ତୁ ଟ୍ରାଫିକ୍ ପୁଲିସ ମାତ୍ର ୫୨ଟି ଛକରେ ଡ୍ୟୁଟି କରୁଛନ୍ତି। ଅନ୍ୟ ବଳକା ଛକରେ ପୁଲିସ ଚାହିଁଲେ ମଧ୍ୟ ଟ୍ରାଫିକ ପୁଲିସ ଦେଇ ହେଉନାହିଁ। ତେଣୁ ଆଉ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ନୂଆ ଟ୍ରାଫିକ୍ ଥାନା ପାଇଁ ଜଣେ ଇନ୍ସପେକ୍ଟର, ୬ ଜଣ ସବ୍ ଇନ୍ସପେକ୍ଟର, ୧୦ ଏଏସ୍ଆଇ, ୧୦ ଜଣ ହାବିଲଦାର, ୧୪୦ ଜଣ କନ୍ଷ୍ଟେବଲ ଓ ୪ ଜଣ ଡ୍ରାଇଭର୍ ନିଯୁକ୍ତ ହେବେ। ଏହା ଛଡ଼ା ୨ଟି ଜିପ୍, ୧୫ଟି ବାଇକ୍ ଯୋଗାଇ ଦିଆଯିବ। ଏହି ନୂଆ ଟ୍ରାଫିକ୍ ଥାନା ଅଧୀନରେ କମିସନରେଟ୍ ପୁଲିସର ନନ୍ଦନକାନନ, ଇନ୍ଫୋସିଟି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଖଣ୍ଡଗିରି, ତମାଣ୍ଡୋ, ଜଟଣୀ ଓ ଚନ୍ଦକା ଥାନା ଅଞ୍ଚଳ ରହିବ। ଏହି ଥାନା ପ୍ରତିଷ୍ଠା ହେବା ପରେ ଟ୍ରାଫିକ ବ୍ୟବସ୍ଥାରେ ବହୁ ଉନ୍ନତି ଘଟିବ ବୋଲି କମିସନର ଶ୍ରୀ ଖୁରାନିଆ ଆଶା ବ୍ୟକ୍ତ କରିଛନ୍ତି।
ରାଜଧାନୀରେ ହେବ ଆଉ ଏକ ଟ୍ରାଫିକ ଥାନା
ରାଜ୍ୟ ସରକାର ପ୍ରଦାନ ଦେଲେ ଅନୁମତି
/sambad/media/post_attachments/wp-content/uploads/2018/03/traffic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)