ନନ୍ଦନକାନନରେ ଅତ୍ୟାଧୁନିକ ଭ୍ୟାନ୍‌

ବାରଙ୍ଗ: ଉଦ୍ଧାର ପରେ ଜୀବଜନ୍ତୁଙ୍କ ସେବା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି ଏକ ଅତ୍ୟାଧୁନିକ ଭ୍ୟାନ୍‌। ପୂର୍ବରୁ ଭ୍ୟାନ୍‌ଟି ଚନ୍ଦକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ରହିଥିଲା। ନନ୍ଦନକାନନରେ ଜୀବଜନ୍ତୁଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ଏହି ଭ୍ୟାନ୍‌କୁ ଏଠାକୁ ଅଣାଯାଇଛି। ଉଦ୍ଧାର ଜୀବଜନ୍ତୁଙ୍କ ନେବା ଆଣିବା କରିବା ସହ ଚିକିତ୍ସା ସେବା ଯୋଗାଇ ଦେବା ଏହି ଭ୍ୟାନ୍‌ର ଉଦ୍ଦେଶ୍ୟ। ଭ୍ୟାନ୍‌ରେ ଉଜ୍ଜ୍ବଳ ଆଲୋକ, ଏସି, ଜଳ ସିଞ୍ଚନ, ପାନୀୟ ଜଳ ଓ ଖାଦ୍ୟ ଯୋଗାଣ, ଚିକିତ୍ସା ସୁବିଧା ଲାଗି ଉପକରଣ ରହିଛି। ଭିତରେ ଥିବା ଜୀବର ଗତିବିଧିକୁ ନିରୀକ୍ଷଣ କରିବା ଲାଗି ସିସିଟିଭି ଲଗା ଯାଇଛି। ଭ୍ୟାନ୍‌ର ଚାଳକଙ୍କ ସିଟ୍ ପାଖରେ ମନିଟର ଲାଗିଛି। ଭ୍ୟାନ୍‌ଟି ଅତ୍ୟନ୍ତ ଉପଯୋଗୀ ହେବ ବୋଲି ନନ୍ଦନକାନନର ନିର୍ଦେଶକ ଜୟନ୍ତ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର