ରାଜଧାନୀକୁ ଲାଗି ରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ହଜବନ୍ଧଠାରେ ହେବ ୱାଚ୍‌ ଟାୱାର

ରାଜଧାନୀକୁ ଲାଗି ରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୧୨ଟି ୱାଚ୍‌ ଟାୱାର ରହିଛି। ଯାହାକି ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ହଜବନ୍ଧଠାରେ ଆଉ ଏକ ୱାଚ୍‌ ଟାୱାର ନିର୍ମାଣ କରାଯିବ। ଏଥିପାଇଁ ତୁରନ୍ତ ୨୦ଲକ୍ଷ ଟଙ୍କା ବ୍ୟୟ କରି ଟାୱାର ନିର୍ମା‌ଣ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦେଶ ଦେଇଛନ୍ତି। ଅଭୟାରଣ୍ୟ ସ୍ଥିତି ପରଖିବା ଲାଗି ଆଜି ସକାଳେ ମନ୍ତ୍ରୀ ଶ୍ରୀ ଆରୁଖ ଏଠାରେ ପହଞ୍ଚିଥିଲେ। ଗୋଡ଼ିବାରି, କୁମାରଖୁଣ୍ଟି, ଡେରାସ ଓ ଅମ୍ବିଲୋ ପ୍ରଭୃତି ସ୍ଥାନ ପରିଦର୍ଶନ କରିବା ସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଅଭୟାରଣ୍ୟ ଓ ଜୀବଜନ୍ତୁଙ୍କ ସୁରକ୍ଷା, ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ଠିକ୍‌ ପରିଚାଳନା, ବନୀକରଣ, ପରିବେଶ ପର୍ଯ୍ୟଟନ ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବା ସହ ବର୍ଷ ସାରା ନାଇଟ୍‌ ପାଟ୍ରୋଲିଂ ଓ ଫୁଟ୍‌ ପାଟ୍ରୋଲିଂକୁ ନିୟମିତ କରିବାକୁ ନିର୍ଦେଶ ଦେଇଥିଲେ। ଜଙ୍ଗଲ ନିଆଁ ରୋକିବାକୁ ନିର୍ବାପକ ସ୍କ୍ବାଡ୍‌ ଓ ଆବଶ୍ୟକ ଅଗ୍ନି ନିର୍ବାପକ ସାମଗ୍ରୀ ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର