ଆଦୃତ ପକ୍ଷରୁ ନବବର୍ଷ ପାଳିତ

ଚନ୍ଦ୍ରଶେଖରପୁର : ଜୟଦେବବିହାରସ୍ଥିତ ଟଟିଡି କଲ୍ୟାଣ ମଣ୍ଡପଠାରେ ଆଜି ଆଦୃତ ଅନୁଷ୍ଠାନ ପକ୍ଷରୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସିତାରିଷ୍ଟ ଓ ଚିତ୍ରଶିଳ୍ପୀ ଯତୀନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଥିବା ଆଦୃତ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ। ପ୍ରଥମେ ଭୁବନେଶ୍ୱର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ କରି ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜା କରିଥିଲେ। ପରେ ଅନୁଗୁଳ ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ ଅବତାର ନୃତ୍ୟ କରି ସମସ୍ତଙ୍କ ମନୋରଂଜନ କରିଥିଲେ। ଅନୁଷ୍ଠାନର ମୁଖ୍ୟ ପରିଚାଳକ ଓ ଅନ୍ୟ ସଭ୍ୟମାନେ ଏହି ଉତ୍ସବକୁ ପାରିଚାଳନା କରିଥିଲେ। ଉତ୍ସବ ଶେଷରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

କଳିଙ୍ଗ ସିନେ ଆଟ୍‌ର୍ସ ପକ୍ଷରୁ ନବବର୍ଷ ପାଳିତ

ଚନ୍ଦ୍ରଶେଖରପୁର : କଳାତ୍ମକ ଢଙ୍ଗରେ ସମାଜସେବା କାର୍ଯ୍ୟ କରୁଥିବା କଳିଙ୍ଗ ସିନେ ଆର୍ଟସ ସଂସ୍ଥା ପକ୍ଷରୁ ଆଜି ମଞ୍ଚେଶ୍ୱର ଷ୍ଟେସନ୍‌ ନିକଟରେ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ଆକ୍ଟିଭିଟି ସେଣ୍ଟର୍‌ ଓ କଳିଙ୍ଗ ଆଡଭାନ୍‌ସ ପବଲିକ୍‌ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ସୁଶାନ୍ତ ଦାସ ଓ ଫକୀରମୋହନ ଧଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିୟାଂଶୀ ପ୍ରତ୍ୟାଶା ପୁରସ୍କୃତ କରିଥିଲେ। ମଧ୍ୟ ରାତି୍ରରେ ନୂଆ ବର୍ଷକୁ ସ୍ୱଗାତ କରାଯାଇଥିଲା।

ସମ୍ବନ୍ଧିତ ଖବର