ଭୁବନେଶ୍ବର: ଆଜି ରାଜଧାନୀରୁ ଗୋଟିଏ ଦିନରେ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ୧୮୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଂଚଳରୁ ୨୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୦୫ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ମହାନଗର ନିଗମ।
ରାଜଧାନୀରେ ଏ ଯାବତ ୧୪୯୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭୫୫ଜଣ କରୋନା ସଂକମ୍ରିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୫୧୩୦ଟି ସକ୍ରିୟ କରୋନା ମାମଲା ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏଯାବତ ରାଜଧାନୀରେ ୫୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।
Update on newly detected & cured #COVID19 cases in the last 24 hrs under the BMC area on 10th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/OiuMlf8Hs1— BMC (@bmcbbsr) September 10, 2020
ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।