ଭୁବନେଶ୍ୱରରରୁ ୯୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ; ରାଜଧାନୀରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୩୪୩

ଭୁବନେଶ୍ୱର: ବୁଧବାର  ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୧୨୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ୱରରରୁ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରୁ  ୭୨ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏହା ଫଳରେ ଭୁବନେଶ୍ବରରେ ସମୁଦାୟ କରୋନା ଆକ୍ରାନ୍ତ ୧୩୪୩ରେ ପହଞ୍ଚିଛି।

କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଚିନ୍ତାମଣିଶ୍ୱର ଅଞ୍ଚଳରୁ ଜଣେ ପୁରୁଷ, ସାଲିଆସାହି ଆଦିବାସୀ ବସ୍ତିରୁ ଜଣେ ମହିଳା, ବିଜେବି ନଗର ବିଜୟଲକ୍ଷ୍ମୀ କଲୋନିରୁ ଜଣେ ମହିଳା, ଝାରପଡ଼ା ଗଣେଶ ମଣ୍ଡପ ଅଞ୍ଚଳରୁ ଜଣେ ପୁରୁଷ, ଓଲଡ ଟାଉନ୍‌ ବଡ଼ଦାଣ୍ଡ ସାହି ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୧ ରୋଡ ନମ୍ବର-୨ ଅଞ୍ଚଳରୁ ଜଣେ ପୁରୁଷ, ସାଲିଆସାହି ଶ୍ରୀକୃଷ୍ଣ ନଗର ଅଞ୍ଚଳରୁ ଜଣେ ମହିଳା, ନୟାପଲ୍ଲୀ ତ୍ରିନାଥ ବସ୍ତି ଅଞ୍ଚଳରୁ ତିନିଜଣ ମହିଳା, ୟୁନିଟ-୧ ସରକାରୀ କାର୍ଯ୍ୟାଳୟରୁ ଜଣେ ପୁରୁଷ, ଭୀମପୁର ଅଞ୍ଚଳର ସରକାରୀ ମହିଳା କର୍ମଚାରୀ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ମହିଳା, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ମହିଳାଙ୍କ କରୋନା ରିପୋର୍ଟ ପିଜିଟିଭ୍‌ ଆସିଛି। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ ୮ବର୍ଷର ବାଳିକା, ପଟିଆ ସ୍ୱର୍ଣ୍ଣ ବିହାର ଅଞ୍ଚଳରୁ ଜଣେ ପୁରୁଷ, ରାଜମହଲସ୍ଥିତ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନିର ୬ଜଣ ପୁରୁଷ କର୍ମଚାରୀ, ରସୁଲଗଡ଼ ଓସିସି କଲୋନି ଅଞ୍ଚଳରୁ ଜଣେ ମହିଳା, ଆଇଗିଣିଆ ପୁଲିସ ଆକାଡେମୀ ଅଞ୍ଚଳରୁ ୨ଜଣ ପୁରୁଷ, ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୮ ସରକାରୀ କାର୍ଯ୍ୟାଳୟର ୨ଜଣ କର୍ମଚାରୀ, ଆଇଆରସି ଗଣପତି ନଗର ବସ୍ତି ଅଞ୍ଚଳରୁ ୬ଜଣ ପୁରୁଷ ଓ ୮ଜଣ ମହିଳା ସମେତ ମଞ୍ଚେଶ୍ୱର ଅଞ୍ଚଳରେ ବସବାସ କରୁଥିବା ଜଣେ ଅଟାକଳର କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୨୬ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଇଆରସି ଭିଲେଜ ଏନ୍‌-୬ ଅଞ୍ଚଳରୁ ଜଣେ ମହିଳା, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଚନ୍ଦ୍ରଶେଖରପୁର ସାଇ ଇଣ୍ଟରନାସନାଲ ସ୍କୁଲ ଅଞ୍ଚଳରୁ ଜଣେ ପୁରୁଷ, କୋଳଥିଆ ମଙ୍ଗଳା ମନ୍ଦିର ଅଞ୍ଚଳରୁ ଜଣେ ମହିଳା, ପାତ୍ରପଡ଼ା ଏମ୍ସ ନଗର ଅଞ୍ଚଳରୁ ଜଣେ ପୁରୁଷ, ପାଣ୍ଡରା ଜଗନ୍ନାଥ ନଗର ଅଞ୍ଚଳରୁ ଜଣେ ମହିଳା, ଖଣ୍ଡଗିରି ତପାବନ ଲେନ୍‌ ବସ୍ତି ଅଞ୍ଚଳରୁ ଜଣେ ବାଳକ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ସହିଦ ନଗର ଇପିଏଫ୍‌ କଲୋନିରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୩ ଖାରବେଳନଗର ସରକାରୀ କାର୍ଯ୍ୟାଳୟର ଜଣେ ପୁରୁଷ କର୍ମଚାରୀ, କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍‌ପିଟାଲର ଜଣେ ସୁରକ୍ଷାକର୍ମଚାରୀ, ଲକ୍ଷ୍ମୀସାଗର ଓସ୍କାର ସିଟି ଅଞ୍ଚଳରୁ ଜଣେ ପୁରୁଷ, ବରମୁଣ୍ଡା ସତ୍ୟବାଦୀ ନଗର ଅଞ୍ଚଳରୁ ଜଣେ ମହିଳା, ପୋଖରୀପୁଟ କାଳୁନନ୍ଦ ନଗର ସରକାରୀ କାର୍ଯ୍ୟାଳୟରୁ ଜଣେ ପୁରୁଷ କର୍ମଚାରୀ, ଝାରପଡ଼ା ଅଞ୍ଚଳରୁ ଜଣେ ପୁରୁଷ, ପୋଖରୀପୁଟ କୋକିଳା ରିସର୍ଟ ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ଫେଜ-୫ ଅଞ୍ଚଳରୁ ଜଣେ ପୁରୁଷ ଓ ଡୁମଡୁମା ଫେଜ-୨ ଅଞ୍ଚଳରୁ ଜଣେ ପୁରୁଷଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି।

ସମ୍ବନ୍ଧିତ ଖବର