କାଲିଠୁ ଆଜି ଅଧିକ : ଗତ ୨୪ ଘଣ୍ଟାରେ ରାଜଧାନୀରୁ ୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ଅପେକ୍ଷା ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଭୁବନେଶ୍ବରରୁ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୫୭ଜଣ କୋଭିଡ ପଜିଟିଭ ଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ୬୦ଜଣ କୋଭିଡ ପିଜିଟିଭ ସୁସ୍ଥ ହୋଇଥିବା ବି ଜଣାପଡ଼ିଛି ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନିକଟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଜି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

 

COVID-19: Lockdown 3.0 begins on Monday; Maharashtra cases up by 678 to 12,974
Mumbai Mirror

ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ବିଜେବି ନଗରରୁ ଜଣେ, ବମିଖାଲରୁ ଜଣେ, ଚକେଇସିଆଣିରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ, ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଝାରପଡ଼ାରୁ ୩ଜଣ, ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇଜଣ, ମଞ୍ଚେଶ୍ବର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ୫ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ଓଲଡ ଏଜି କଲୋନିରୁ ୫ଜଣ, ଓଲଡ ଟାଉନରୁ ୨ଜଣ, ପଳାଶପଲ୍ଲୀରୁ ଜଣେ, ପଟିଆରୁ ଛଅଜଣ, ସତ୍ୟନଗର ଅଞ୍ଚଳରୁ ଜଣେ, ୟୁନିଟ-୨ରୁ ଜଣେ, ୟୁନିଟ-୬ରୁ ଜଣେ, ୟୁନିଟ-୮ରୁ ଦୁଇଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ରାଜଧାନୀରେ ୬୪୬ଟି କରୋନା ସକ୍ରିୟ ମାମଲା ରହିଛି।

 

 

ସମ୍ବନ୍ଧିତ ଖବର

Comments are closed.