ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୪୭ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ  ଭୁବନେଶ୍ୱରରୁ ଆଜି ୩୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଭୁବନେଶ୍ୱରରୁ  ଏ ପର୍ଯ୍ୟନ୍ତ ୨୭ ହଜାର ୬୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୭୫୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୭୪୯ଜଣ  ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୪୨ ଜଣଙ୍କର ମୃତ୍ୟୁ ହୋଇଛି। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ୪୭ଜଣଙ୍କ ମଧ୍ୟରୁ ଆଇଗିଣିଆରୁ ଜଣେ, ବରମୁଣ୍ଡାରୁ ୨ଜଣ, ଚନ୍ଦ୍ରଶେଖରପୁରରୁ ୮ଜଣ, ଡୁମଡୁମାରୁ ଜଣେ, ଗଜପତି ନଗରରୁ ଜଣେ, ହଂସପାଳରୁ ଜଣେ, ଜାଗମରାରୁ ୨ଜଣ, ଲକ୍ଷ୍ମୀସାଗରରୁ ୭ଜଣ, ମ‌ଞ୍ଚେଶ୍ବରରୁ ୨ଜଣ, ଟଙ୍କପାଣି ରୋଡରୁ ଦୁଇଜଣ ଓ ୟୁନିଟ-୯ରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।