ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ବାରେନଟାଇନରୁ ୪୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୯ଜଣ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 25th Oct(till 9am) pic.twitter.com/FEx5eyeD5A— BMC (@bmcbbsr) October 25, 2020
କ୍ବାରେନଟାଇନରୁ ଚିହ୍ନଟ ହୋଇଥିବା ୪୩ଜଣଙ୍କ ମଧ୍ୟରୁ ଆଚାର୍ଯ୍ୟବିହାର ଅଞ୍ଚଳରୁ ୨ଜଣ, ବଡ଼ଗଡ଼ ଅଞ୍ଚଳରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, ଘଟିକିଆ ଅଞ୍ଚଳରୁ ୨ଜଣ, ଭିଲେଜ ଅଞ୍ଚଳରୁ ୨ଜଣ, ଜଗାମରା ଅଞ୍ଚଳରୁ ୨ଜଣ, ଖଣ୍ଡଗିରି ଅଞ୍ଚଳରୁ ଜଣେ, କୋଳଥିଆ ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ଅଞ୍ଚଳରୁ ଦୁଇଜଣ, ନୟାପଲ୍ଲୀ ଅଞ୍ଚଳରୁ ୩ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ୨ଜଣ, ଓଲଡ ଟାଉନ ଅଞ୍ଚଳରୁ ୩ଜଣ, ପାହାଳ ଅଞ୍ଚଳରୁ ଜଣେ, ପଟିଆ ଅଞ୍ଚଳରୁ ୩ଜଣ, ପାତ୍ରପଡା ଅଞ୍ଚଳରୁ ୨ଜଣ, ସହିଦ ନଗର ଅଞ୍ଚଳରୁ ୫ଜଣ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ, ଶାସ୍ତ୍ରୀନଗର ଅଞ୍ଚଳରୁ ୩ଜଣ, ଟଙ୍କପାଣି ରୋଡରୁ ଜଣେ, ୟୁନିଟ ୩ରୁ ଜଣେ, ୟୁନିଟ-୮ରୁ ଜଣେ, ଭିଏସଏସ ନଗରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଆଜି ରାଜଧାନୀରୁ ୨୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ୨୮୬୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୧୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ବି ୨୨୮୧ଟି ସକ୍ରିୟ ମାମଲା ଥିବା ବେଳେ ୧୫୨ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।