ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୮୭ଜଣଙ୍କ ମଧ୍ୟରୁ ୧୯ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୮ଜଣ ସ୍ଥାନୀୟ ଅଞ୍ଚଳର ଥିବା ନେଇ ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।
Update on newly detected #COVID19 cases in the last
24 hrs under the BMC area on 30th Oct(till 9am) pic.twitter.com/sCiKGg1oCu— BMC (@bmcbbsr) October 30, 2020
କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୯ଜଣଙ୍କ ମଧ୍ୟରୁ ବରମୁଣ୍ଡାରୁ ୩ଜଣ, ଭିମଟାଙ୍ଗୀରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଖଣ୍ଡଗିରିରୁ ୪ଜଣ, ନୟାପଲ୍ଲୀରୁ ୩ଜଣ, ପଟିଆରୁ ୨ଜଣ, ପାତ୍ରପଡ଼ାରୁ ଜଣେ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ, ସତ୍ୟ ବିହାର ଅଞ୍ଚଳରୁ ଜଣେ ଓ ୟୁନିଟ-୬ ଅଞ୍ଚଳରୁ ଦୁଇଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ବରୁ ଏଯାବତ ୨୯୦୭୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭୩୧୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ବି ୧୫୭୦ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ଏଥିରେ ସଂକ୍ରମିତ ହୋଇ ୧୬୪ଜଣଙ୍କ ମୃତ୍ୟୁ ହୋଇଛି।