ଭୁବନେଶ୍ୱରରୁ ଆଜି ଆଉ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୨୯ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୂ ସୂଚନା ମିଳିଛି।  ଏହି ନୂତନ୨୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଟି ସ୍ଥାନୀୟ ମାମଲା ରହିଥିବା ବେଳେ ଅନ୍ୟ ୧୪ଟି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏଯାବତ ୪୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ୬ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଛି।

୧୪ଟି ସ୍ଥାନୀୟ ମାମଲା ମଧ୍ୟରୁ ଦୁମ୍‌ଦୁମା ସୁବାଷ ନଗର ବସ୍ତି ଅଞ୍ଚଳରୁ ଜଣେ, ଖଣ୍ଡଗିରି ବରି ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍‌ପିଟାଲ୍‌ରୁ ତିନିଜଣ ମହିଳା, ଭାରତପୁର ଜିଏ କଲୋନିରୁ ଜଣେ, ୟୁନିଟ-୫ କେଶରିନଗର ବସ୍ତି ଅଞ୍ଚଳରୁ ଜଣେ ମହିଳା, ୟୁନିଟ-୧ ବାଳକ ହାଏସ୍କୁଲ ଅଞ୍ଚଳରୁ ଜଣେ, ବଡ଼ଗଡ଼ା ବ୍ରିଟ କଲୋନିରୁ ଜଣେ, ବମିଖାଲ ଜୟଦୁର୍ଗା ଅଞ୍ଚଳରୁ ଜଣେ, ବରମୁଣ୍ଡା ଟେଲକୋ କଲୋନିରୁ ଜଣେ, ସହିଦନଗର ଅଞ୍ଚଳରୁ ଜଣେ, ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ଓ  ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ହଂସପାଳ ଅଞ୍ଚଳରୁ ଜଣେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସେହିପରି ବିହାରରରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିବା ପଣ୍ଡ୍ରୋ ଅଞ୍ଚଳର ଜଣେ ପୁରୁଷଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ବେଳେ ଦିଲ୍ଲୀରୁ ଫେରିଥିବା ଜଣେ, ବିବେକାନନ୍ଦ ମହାରଣା ସାହିରୁ ୨ଜଣ, ବ୍ରହ୍ମେଶ୍ୱର ପାଟନା ଅଞ୍ଚଳରୁ ଜଣେ, ରସୁଲଗଡ଼ ଜିଜିପି କଲୋନିରୁ ଜଣେ,ନୟାପଲ୍ଲୀ ଏନ୍‌-୩ରୁ ଜଣେ,ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ମହିଳା, ୟୁନିଟ-୪ ରାମପୁର ବସ୍ତି ଅଞ୍ଚଳରୁ ଜଣେ ମହିଳା, ଲକ୍ଷ୍ମୀସାଗର ଉପର ସାହି ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ସ୍କୋୟାର ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର କାଳିମନ୍ଦିର ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ତଳସାହି ଅଞ୍ଚଳରୁ ଜଣେ ଓ ଘରୋଇ ହସ୍‌ପିଟାଲ୍‌ରୁ ଜଣେ ମହିଳା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିସହିତ କୋଭିଡ ହସ୍‌ପିଟାଲର ଜଣେ ମହିଳା କରୋନା ଯୋଦ୍ଧାଙ୍କର ବି କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି।

 

ଏହାରି ଭିତରେ ତିନିଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ତିନିଜଣ କରୋନା ଆକ୍ରାନ୍ତ  ଶୈଳଶ୍ରୀବିହାର ଅଞ୍ଚଳରୁ ଜଣେ ବୃଦ୍ଧ, ନୟାପଲ୍ଲୀ ଆଇଆରସି ଅଞ୍ଚଳରୁ ଜଣେ ଓ ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ ରହିଛନ୍ତି।

ସମ୍ବନ୍ଧିତ ଖବର