ଭୁବନେଶ୍ୱରରୁ ପୁଣି ୧୮୭ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୦୭

ଭୁବନେଶ୍ୱର: ରାଜଧାନୀରୁ ଆଜି ୧୮୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୮୭ଜଣଙ୍କ ମଧ୍ୟରୁ ୧୦୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୮୩ଟି ସ୍ଥାନୀୟ ସଂକ୍ରମଣ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ସମୁଦାୟ ୪୩୫୮ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ୧୪୧୫ଟି ସକ୍ରିୟ ମାମଲା ରହିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୨୯୧୪ଜଣ ସୁସ୍ଥ ହୋଇଥିବା ବେଳେ ୨୩ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି।

ଏହାରି ଭିତରେ ଆଶ୍ୱସ୍ତିର ଖବର ବି ଆସିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ‌ହେଉଥିବା ୧୦୭ଜଣ ସୁସ୍ଥ ହୋଇଛି। ଉକ୍ତ ସୁସ୍ଥଙ୍କ ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ସେମାନଙ୍କ ନେଗେଟିଭ୍‌ ଆସିବା ପରେ ଆଜି ୧୦୭ଜଣଙ୍କୁ ହସ୍‌ପିଟାଲରୁ ଛୁଟି ଦିଆଯାଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।

ଏଥିସହିତ ସୁସ୍ଥ ହୋଇଥିବା ୧୦୭ଜଣଙ୍କୁ କରୋନା ମହାମାରୀ କାଳରେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର