ଭୁବନେଶ୍ୱରରୁ ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୧୮୪ଜଣ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୯୨ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୮ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ୫୨୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ଆହୁରି ୧୮୨୩ଟି ସକ୍ରିୟ ମାମଲା ରହିଛି। ଏଥିସହିତ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରରେ ୨୫ଜଣ ମୃତ୍ୟୁ ହୋଇସାରିଛି।

 

Why Mumbai is recording most number of cases - mumbai news ...

ସେହିପରି ଏହାରି ଭିତରେ ଆଶ୍ୱସ୍ତିର ଖବର ହେଉଛି ରାଜଧାନୀରୁ ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ୧୮୪ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ସମସ୍ତଙ୍କୁ ହସ୍‌ପିଟାଲରୁ ଛୁଟି ମିଳିଛି। ନୂଆ ସୁସ୍ଥକୁ ମିଶାଇଲେ ରାଜଧାନୀରେ ଏଯାବତ ୩୪୩୫ଜଣ ଆରୋଗ୍ୟ ଲାଭ କରି ସାରିଲେଣି।

ସମ୍ବନ୍ଧିତ ଖବର