ଭୁବନେଶ୍ବର: ସୋମବାରଠାରୁ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ଙ୍କ ଦୁଇଦିନିଆ ଶିବିର ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିବା ଏହି ଶିବିରରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ଜଷ୍ଟିସ୍ ଭି.ରାମସୁବ୍ରମଣ୍ୟମ୍, ସଦସ୍ୟ ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ, ବିଜୟା ଭାରତୀ ସାୟନି ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଦୁଇଦିନିଆ ଶିବିରରେ ମୋଟ ୧୪୪ଟି ମାମଲା ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଆଜି ପ୍ରଥମ ଦିନର ଶୁଣାଣି ପାଇଁ ୧୨୧ଟି ମାମଲାକୁ ଗ୍ରହଣ କରାଯାଇଥିଲା। ମାତ୍ର କିଛି ମାମଲାର ଶୁଣାଣି ହୋଇପାରିନାହିଁ। ସେଗୁଡ଼ିକୁ ଆସନ୍ତାକାଲି ଶିବିରର ଶେଷ ଦିନରେ ଶୁଣାଣି କରାଯିବ। ବିଭିନ୍ନ ମାନବାଧିକାର ଉଲ୍ଲଂଘନ ମାମଲାରେ ପୀଡ଼ିତମାନଙ୍କୁ କିପରି ଶୀଘ୍ର ନ୍ୟାୟ ମିଳିବ, ସେନେଇ ଏହି ଶିବିରରେ ଗୁରୁତ୍ବ ଦିଆଯାଇଛି। ଆଜିର ମାମଲାଗୁଡ଼ିକ ମଧ୍ୟରେ ଥିଲା ମହିଳା ବିରୋଧୀ ଅପରାଧ, ଶ୍ରମିକ ଓ ସେମାନଙ୍କ ପରିବାର ଉପରେ ଆକ୍ରମଣ, ଶିଶୁଙ୍କ ବିରୋଧରେ ଅପରାଧ, ସାପ କାମୁଡ଼ା, ଚିକିତ୍ସା ସହାୟତାରେ ଅବହେଳା, କନ୍ୟା ସନ୍ତାନ ଚାଲାଣ ଓ ଯାଦୁବିଦ୍ୟା ଭଳି ବିବାଦ। ମାମଲାଗୁଡ଼ିକର ଶୁଣାଣି ପରେ ଏନ୍ଏଚ୍ଆର୍ସି କମିଟି ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ସେହିଭଳି ୨୨ ତାରିଖରେ ବିଭିନ୍ନ ମାନବାଧିକାର ସଂଗଠନ ଓ ଏନ୍ଜିଓମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।
ଏନ୍ଆଚ୍ଆର୍ସିଙ୍କ ୨ଦିନିଆ ଶିବିର ଆରମ୍ଭ
ସୋମବାରଠାରୁ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ଙ୍କ ଦୁଇଦିନିଆ ଶିବିର ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିବା ଏହି ଶିବିରରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ଜଷ୍ଟିସ୍ ଭି.ରାମସୁବ୍ରମଣ୍ୟମ୍, ସଦସ୍ୟ...
/sambad/media/media_files/2025/07/22/nhrc-2025-07-22-06-27-35.jpg)