ଭୁବନେଶ୍ବର: ଆଚାର୍ଯ୍ୟବିହାର ସ୍ଥିତ ଓକାକ୍ ଟାୱାରରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଏନଆଇଇଏଲ୍ଆଇଟି) କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଏନଆଇଇଏଲ୍ଆଇଟିର ଡାଇରେକ୍ଟର ଜେନେରାଲ୍ ମଦନ ମୋହନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଭୁବନେଶ୍ୱରର ଓକାକ୍ ଟାୱାରରେ ଏହି କେନ୍ଦ୍ର ଖୋଲିବାରେ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମର୍ଥନ ପ୍ରଶଂସନୀୟ। ରାଜ୍ୟରେ ଏକ ସ୍ଥାୟୀ କ୍ୟାମ୍ପସ୍ ପାଇଁ ୧୫ ଏକର ଜମି ଅନୁମୋଦିତ ହୋଇଛି। ଏହାସହ ଏନଆଇଇଏଲ୍ଆଇଟି ୪୭ଟି କେନ୍ଦ୍ର ସାରା ଦେଶରେ ରହିଛି।
ଏହି କେନ୍ଦ୍ରଗୁଡ଼ିକ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଆଣ୍ଡ ଟେକ୍ନୋଲୋଜି, ଏମ୍ବେଡେଡ୍ ସିଷ୍ଟମ୍ ଆଦିରେ ସ୍ନାତକୋତ୍ତରସ୍ତରରେ ଦୀର୍ଘକାଳୀନ ପାଠ୍ୟକ୍ରମ ପରିଚାଳନା କରାଯାଉଛି। ଯାହାକି ସାଧାରଣ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନମାନଙ୍କରେ ଏହା ପ୍ରଦାନ କରାଯାଏ ନାହିଁ। ଏଥିରେ ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଆଣ୍ଡ ଟେକ୍ନୋଲୋଜି, ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ବିଭିନ୍ନ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ରହିଛି। ଦେଶରେ ଏହାର ୮୫୦ ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ଏବଂ ୭ହଜାରରୁ ଅଧିକ ସୁବିଧା କେନ୍ଦ୍ର ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କୋଲକାତାର ଏନଆଇଇଏଲ୍ଆଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭି କୃଷ୍ଣମୂର୍ତ୍ତି, ରେଜିଷ୍ଟ୍ରାର ରାମ ପ୍ରକାଶ ପାଣ୍ଡେ, ଭୁବନେଶ୍ୱର ଏନଆଇଇଏଲ୍ଆଇଟିର ଡାଇରେକ୍ଟର ଇନ୍ଚାର୍ଜ ଅନୁରାଗ ମଥୁର, ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା, ରାଜ୍ୟ ସୂଚନା ଅଧିକାରୀ କବିତା ରୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/32-16.jpg)