ଭୁବନେଶ୍ବର : ଆରମ୍ଭ ହେଲା ରାତି ଅଧିଆ ବ୍ଲକିଂ

ଭୁବନେଶ୍ବର : ଚୋର, ଲୁଟେରା ଓ ଦାଦାଙ୍କୁ ସାବାଡ୍‌ କରିବାକୁ କମିସନରେଟ୍‌ ପୁଲିସ ଗତ ୪ ଦିନ ହେଲା ସ୍ପେସାଲ୍‌ ଡ୍ରାଇଭ୍‌ ଆରମ୍ଭ କରି ୧୭ ଜଣଙ୍କୁ ଗିରଫ କଲାଣି। ଆଜି ପୁଣି ଏକ ଅଭିଯାନ ଆରମ୍ଭ କରିଛି ପୁଲିସ। ରାତି ଅଧରେ ରାଜଧାନୀରେ ବୁଲି ଆତଙ୍କ ଖେଳାଉଥିବା ଦୁର୍ବୃତ୍ତମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଆଜିଠାରୁ ବ୍ଲକିଂ ଆରମ୍ଭ କରିଛି। ବିଭିନ୍ନ ଛକରେ ଆଜି ବ୍ଲକିଂ ଆରମ୍ଭ ହୋଇଛି। ରାଜମହଲ, ଗଙ୍ଗନଗର, ରବି ଟକିଜ୍, ଖଣ୍ଡଗିରି, ଭରତପୁର, ତମାଣ୍ଡୋ ଓ ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ବ୍ଲକିଂ କରାଯାଉଥିବା ସୂଚନା ମିଳିଛି। ସ୍ଥାନୀୟ ଥାନା ପୁଲିସ ସହିତ ସ୍ବତନ୍ତ୍ର ଫୋର୍ସ ମିଳିତଭାବେ ଏହି ବ୍ଲକିଂ କରୁଛନ୍ତି। ଯାନବାହନଗୁଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର