ଭୁବନେଶ୍ବର: ସହରରେ ଦିନକୁ ଦିନ ଛିନତାଇ, ଚୋରି, ଡକାୟତି ଭଳି ଅପରାଧ ବଢ଼ୁଥିବା ବେଳେ ନିଶାସକ୍ତ ଗାଡ଼ି ଚାଳନା ଜନିତ ଦୁର୍ଘଟଣା ବି ବଢ଼ିବାରେ ଲାଗିଛି। ଏଥିରେ ରୋକିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ପକ୍ଷରୁ ନାଇଟ ବ୍ଲକିଂ ଅଭିଯାନକୁ ଜୋରଦାର କରାଯାଇଛି। ତେବେ ଶନିବାର ରାତିରେ ପୁଲିସ ବ୍ଲକିଂ ବେଳେ ୧୨୬ ନିଶାସକ୍ତ ଚାଳକ ଚେକିଂରେ ପଡ଼ି ୬୩ହଜାର ଟଙ୍କା ତଣ୍ଡ ଗଣିଛନ୍ତି।
ବିଭିନ୍ନ ଥାନା ପକ୍ଷରୁ କରାଯାଇଥିବା ନାଇଟ ବ୍ଲକିଂରେ ଲିଙ୍ଗରାଜ ଥାନା, ଲକ୍ଷ୍ମୀସାଗର, ଖଣ୍ଡଗିରି, ଖାରବେଳନଗର ଏବଂ ସହିଦନଗର ଥାନାରେ ପ୍ରତ୍ୟେକ ୧୦ଜଣ ମଦ୍ୟପ ଚାଳକଙ୍କ ନିକଟରୁ ସର୍ବାଧିକ ୫ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ବେଳେ ଜଟଣୀ ଥାନା ଓ ଏୟାରପୋର୍ଟ ଥାନାରେ ଜଣେ ଲେଖାଏ ମଦ୍ୟପ ଚାଳକଙ୍କ ନିକଟରୁ ସର୍ବନିମ୍ନ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/21-14.jpg)