ବାଣୀବିହାରରେ ନିଯୁକ୍ତି ମେଳା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗରେ ସ୍କିଲ୍‌ ଏଜୁକେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଅନୀଲ୍‌ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ମହେଶ୍ୱର ସାହୁ, ସ୍କିଲ୍‌ ଏଜୁକେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମୁଖ୍ୟ ଶାଶ୍ୱତ ଦାସ ଏବଂ ପ୍ଲେସ୍‌ମେଣ୍ଟ ଅଫିସର ଆଶ୍ୱଥ୍‌ ସିଂହ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର