ନିଖିଳ ଓଡ଼ିଶା ବିଦ୍ୟୁତ୍‌ ମଜଦୁର ମହାସଂଘର ସେସୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଆଜି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ମଜଦୁର ମହାସଂଘ ପକ୍ଷରୁ ସେସୁ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ମହାସଂଘ ଉପାଧ୍ୟକ୍ଷ ଭାଗୀରଥି ଗୁମାନସିଂଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗ୍ରିଡକୋ ଅତିଥି ଭବନରୁ ବାହାରି ସେସୁ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର ଦାବିଗୁଡ଼ିକ ହେଲା, ଗ୍ରିଡ୍‌କୋ, ଓପିଟିସିଏଲ ଓ ସେସୁରେ ଆଉଟସୋର୍ସିଂ ଜରିଆରେ ଦୀର୍ଘ ୮/୧୦ବର୍ଷ ହେବ କାର୍ଯ୍ୟ କରୁଥିବା ୩ ହଜାର କର୍ମଚାରୀଙ୍କୁ ନିୟମିତ କରାଯାଉ। ସେହିପରି ସେମାନଙ୍କୁ ନିଯୁକ୍ତି ଦେଇଥିବା ଏଜେନ୍‌ସି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ଓ ଇଏସ୍‌ଆଇକୁ ନିୟମିତ ଭାବେ ପଇଠ କରୁନାହିଁ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେହିପରି କର୍ମଚାରୀଙ୍କ ଦରମା ସଂଶୋଧନ ଦାବି ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି। ପରେ ସଂଘର କର୍ମକର୍ତା ଗ୍ରିଡକୋ ସିଏମ୍‌ଡିଙ୍କୁ ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାରେ ପି.କେ ମିଶ୍ର, କେ.ସି ସାହୁ, ଦେବରାଜ ନାୟକ ଓ ଶ୍ରୀଧର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର