ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର ଚାପ୍ଟର ଦ୍ବାରା ନିଖିଳ ଓଡ଼ିଶା ବୃତ୍ତିଗତ/ ଅଭ୍ୟାସରତ କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟସ୍ (ସିଏମଏ)ମାନଙ୍କ ସମ୍ମିଳନୀ ସିଏମଏ ଭବନରେ ଆୟୋଜିତ ହୋଇଯାଇଛି। ଆଇସିଏଆଇର ସର୍ବଭାରତୀୟ ସଭାପତି ପି. ରାଜୁ ଆୟାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ପରିଷଦ ସଭ୍ୟ ତଥା କର୍ପୋରେଟ ଆଇନ କମିଟିର ଅଧ୍ୟକ୍ଷ ଡ. ଆଶିଷ ପି ଥାଟେ, ପବ୍ଲିକ ଓ ସରକାରୀ ସେବାରେ କଷ୍ଟ ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର, ଇଆଇଆରସିର ପୂର୍ବତନ ଅଧ୍ୟକ୍ଷ ଅଜୟଦୀପ ଦ୍ବାଧ୍ବା, ପୂର୍ବତନ ଇଆଇଆରସିର ଅଧ୍ୟକ୍ଷ ଶିବ ପ୍ରସାଦ ପାଢ଼ୀ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭୁବନେଶ୍ବର ଚାପ୍ଟରର ଉପାଧ୍ୟକ୍ଷ ଆଶୁତୋଷ ଦେବତା ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ୧୦୦ରୁ ଊର୍ଦ୍ଧ୍ବ ସିଏମଏ ଯୋଗ ଦେଇଥିଲେ। ସମ୍ମିଳନୀରେ ଚାପ୍ଟରର ଅଧ୍ୟକ୍ଷ ଶାନ୍ତନୁ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ପିଡି କମିଟିର ଅଧ୍ୟକ୍ଷ ଶକ୍ତିଧର ସିଂହ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/24-16.jpg)