ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ୧୮ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ସାହିତ୍ୟିକ ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତାପଙ୍ଗ ଦଳ ବେହେରା ସ୍ମୃତି ସଂସଦର ସଭାପତି ଇଂ. ଶିଶିର ନାୟକ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, ବଲାଙ୍ଗୀର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ବ୍ରଜକିଶୋର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ମହାସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମହାସଂଘର ସଭାପତି ଡ.ବୈରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ କଣ୍ଡୁରୀ ଚରଣ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାସଂଘ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ‘ପ୍ରମେୟ’ର ବ୍ୟୁରୋଚିଫ୍‌ ଦେବେନ୍ଦ୍ର ସୁଆରଙ୍କୁ ନାରଦ ସମ୍ମାନ, ହେମନ୍ତ କୁମାର ରାଉତଙ୍କୁ କବି ଏକାଦଶୀ ପ୍ରସାଦ ବୋଇତା ସ୍ମୃତି ସମ୍ମାନ, ଗୋବିନ୍ଦ ଚନ୍ଦ୍ର ବାରିକଙ୍କୁ ଶିଳ୍ପୀ ଅସୀମ ବସୁ ସ୍ମୃତି ସମ୍ମାନ, ପରମେଶ୍ୱର ଦାଶଙ୍କୁ ଜନସେବକ ସମ୍ମାନ, ସୀମାଞ୍ଚଳ ବସ୍ତିଆଙ୍କୁ ବିଦ୍ୟାରତ୍ନ ସମ୍ମାନ, ବୁବୁ ମହାନ୍ତିଙ୍କୁ ସଂଗଠକ ସମ୍ମାନ, ବିବେକାନନ୍ଦ ବାରିକଙ୍କୁ ଉତ୍କଳମଣି ଗୋପବନ୍ଧୁ ସେବା ସମ୍ମାନ ଏବଂ ପ୍ରବୀଣ କୁମାର ସୁବୁଦ୍ଧି, ରୋହିତ କୁମାର ଚମ୍ପତ୍ତି, ନିଶିକାନ୍ତ ପାଢ଼ୀ, ଶୋଭାକର ଦାସ ଫତେ ସିଂ, ରବୀନ୍ଦ୍ର ମହାକୁଡ଼, ଭଜକୃଷ୍ଣ ମହାନ୍ତି ଓ ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସୂର୍ଯ୍ୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବାମଦେବ ସ୍ୱାଇଁ, ଗୋଲକ ବିହାରୀ ନାୟକ, ସମ୍ପଦ ରଥ, ସସ୍ମିତା ତ୍ରିପାଠୀ ଓ ଅଧ୍ୟାପିକା ସୌଦାମିନୀ ବେହେରା ପ୍ରମୁଖ ସଂଯୋଜନା କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ର ଅଧିକ କବି କବିତା ଅବୃତ୍ତି କରିଥିଲେ।

ସମ୍ବନ୍ଧିତ ଖବର