ଭୁବନେଶ୍ୱ: ଭୁବନେଶ୍ବର ଲେକ୍ ଅଞ୍ଚଳର ବିକାଶ କରାଯିବ। ଏହି ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରି ଏହାକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ରାଜଧାନୀ ଭାବେ ଭୁବନେଶ୍ବର ରାଜଧାନୀବାସୀଙ୍କ ସହିତ ଦେଶବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ବର ଲେକ୍ ଅଞ୍ଚଳର ସମୁଦାୟ ୩.୨୬୦ କିଲୋମିଟର ଅଞ୍ଚଳର ବିକାଶ କରାଯାଇ ଭୁବନେଶ୍ବରକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିରେ ପ୍ରାଥମିକ ସ୍ତରରେ ନିକୋ ପାର୍କ ଅଞ୍ଚଳର ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଏହିସବୁ ଅଞ୍ଚଳରେ ଲେକ୍ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ସହିତ ଆଲୋକୀକରଣ, ସାଇକେଲ୍ ଟ୍ରାକ୍, ଆୟୁର୍ବେଦିକ୍ ପାର୍କ, ଫୁଟ୍ ଓଭର୍ବ୍ରିଜ୍, ଭାସମାନ ରେସ୍ତୋରାଁ, ହୋଟେଲ ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥାର ବିକାଶ କରାଯିବ। ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଡିଏର ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାୟକ ଓ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଲୋକସେବା ଭବନରେ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାୟକ ଏ ସଂପର୍କିତ ରିପୋର୍ଟ ଉପସ୍ଥାପନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/22/vTlCnLyA8632TYmk5AFt.jpg)