ଭୁବନେଶ୍ୱର: ‘ଚିନ୍ତା ଓ ଚେତନା’ର ପକ୍ଷରୁ ଦୁଇ ଦିନ ବ୍ୟାପୀ ଚାଲିଥିବା ୪୦ତମ ‘ବର୍ଷା ମହୋତ୍ସବ-୨୦୧୮’ର ଉଦ୍ଯାପନୀ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ସଂଧ୍ୟା ଆରମ୍ଭ ହୋଇଥିଲା ‘ସୃଜନ’ର ନୃତ୍ୟଶିଳ୍ପୀ ପ୍ରୀତିଶା ମହାପାତ୍ରଙ୍କ ଦ୍ୱାରା ଗଣେଶ ବନ୍ଦନାରୁ। ସେ ପରିବେଷଣ କରିଥିଲେ ‘ବିନାୟକ ସ୍ମରଣେ’। ଗୁରୁ ରତିକାନ୍ତ ମହାପାତ୍ର ଏହାର ନୃତ୍ୟ ନିର୍ଦେଶନା ଦେଇଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ବିନୋଦ ବିହାରୀ ପଣ୍ଡା। ପରେ ପରେ ସୃଜନର ନୃତ୍ୟଙ୍ଗନାମାନଙ୍କ ଦ୍ୱାରା ଦଳଗତଭାବେ ପରିବେଷିତ ହୋଇଥିଲା ‘ଭୋ ଶମ୍ଭୋ’। ଯାହାକି ରାଗ-ବୈରାଗୀ ଓ ଆଦିତାଳ ଉପରେ ପର୍ଯ୍ୟବସିତ ଥିଲା। ଗୁରୁ ରାଜଶ୍ରୀ ପ୍ରହରାଜଙ୍କ ନିର୍ଦେଶନା, ରତିକାନ୍ତ ମହାପାତ୍ରଙ୍କ ସଂଯୋଜନା ଓ ପଣ୍ଡିତ ଦୟାନନ୍ଦ ସରସ୍ୱତୀଙ୍କ ସଙ୍ଗୀତ ସଂଯୋଜନାରେ ପ୍ରଦର୍ଶିତ ଏହି ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନାଙ୍କ ଦ୍ୱାରା ଯୁଗଳବନ୍ଦୀରେ ଓଡ଼ିଶୀ ରାଗ ସଙ୍ଗୀତ ପରିବେଷଣ। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାବା ରାମନାରାୟଣ ଦାସ ମହାରାଜଜୀ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ଗୁରୁ ଶ୍ରୀସନ୍ଥ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲଙ୍କୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରେ ବିଜୟ କୁମାର ନାୟକ, ଗୁରୁ ରାମହରି ଦାସ, ବୀଣାଶ୍ରୀ ଶେଷାଦ୍ରି, ରତିକାନ୍ତ ମହାପାତ୍ର, ପ୍ରଦୀପ କୁମାର ଚୌଧୁରୀ ଓ ବିଜୟ କୁମାର ଜେନାଙ୍କୁ ‘ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାସହ ସୁଧୀର ମାନସିଂହ, ଶ୍ରୀକାନ୍ତ ମିଶ୍ର, ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସ୍ୱାଧୀନ ଶକ୍ତି ପ୍ରସାଦଙ୍କୁ ଚିନ୍ତା ଓ ଚେତନା ପକ୍ଷରୁ ସମ୍ବର୍ଧିତ ହୋଇଥିଲେ। ଆରମ୍ଭରେ ‘ଚିନ୍ତା ଓ ଚେତନା’ର ମହାସଚିବ ସୁରେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ରାଜ୍ୟପାଳଙ୍କୁ ‘ନୀଳଚକ୍ର’ ସମ୍ମାନ
‘ଚିନ୍ତା ଓ ଚେତନା’ର ଉଦ୍ଯାପନୀ ଉତ୍ସବ
/sambad/media/post_attachments/wp-content/uploads/2018/08/m15-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)