ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ର ଫିଜିଓ ଫେଷ୍ଟ୍‌ ଉଦ୍‌ଘାଟିତ

ଗଠନ ହେବ ରାଜ୍ୟ ଫିଜିଓଥେରାପି ପରିଷଦ : ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ବିଶ୍ବ ଫିଜିଓ‌େଥରାପି ଦିବସ ଉପଲକ୍ଷେ ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସ୍(ନିମ୍‌ସ୍‌) ପକ୍ଷରୁ ଦୁଇ ଦିନିଆ ଫିଜିଓ ଫେଷ୍ଟ-୨୦୧୯ ଆଜିଠାରୁ ଆରମ୍ଭ ହୋଇଛି। ଉତ୍କଳ ରଙ୍ଗମଞ୍ଚରେ ଆ‌ୟୋଜିତ ଏହି ଉତ୍ସବକୁ ସ୍ବାସ୍ଥ୍ୟ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା ଉଦ୍‌ଘାଟନ କରିଥ‌ିଲେ। ସେ କହିଥିଲେ, ସ୍ବାସ୍ଥ୍ୟ କ୍ଷେତ୍ରରେ ଫିଜିଓଥେରାପି ଶିକ୍ଷା ଓ ଚିକିତ୍ସାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭବିଷ୍ୟତରେ ଫିଜିଓଥେରାପି ଚିକିତ୍ସକମାନଙ୍କ ପାଇଁ ନିଯୁକ୍ତିର ଯଥେଷ୍ଟ ସୁଯୋଗ ସୃଷ୍ଟି ହେବ। ରୋଗୀସେବା କଲା ବେଳେ ଉତ୍ସର୍ଗୀକୃତ ମନ ନେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଫିଜିଓଥେରାପି କଲେଜ ଓ ଚିକିତ୍ସକଙ୍କ ପାଇଁ ରାଜ୍ୟରେ ଏକ ଫିଜିଓଥେରାପି ପରିଷଦ ଗଠନ ପ୍ରସ୍ତାବ ସ୍ବାସ୍ଥ୍ୟ ବିଭାଗର ବିଚାରାଧୀନ ଅଛି ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଥ‌‌ିଲେ।

ଅନୁଷ୍ଠାନର ଚେୟାରମ୍ୟାନ୍ ଦାମୋଦର ପତି ସ୍ବାଗତ ଭାଷଣ ଦେଇ ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଓ ଫିଜିଓଥେରାପି ପରିଷଦ ଗଠନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ପୁନେସ୍ଥିତ ଡି ୱାଇ ପଟେଲ୍‌ ବିଦ୍ୟାପୀଠ(ଡିମ୍‌ଡ୍‌ ବିଶ୍ବବିଦ୍ୟାଳୟ)ର ପ୍ରଫେସର ଏମ୍ ପେରିୟାସ୍ବାମୀ ଓ ପ୍ରଫେସ ଏମ୍‌ ବିଜୟ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନିମ୍‌ସ୍‌ର ଫିଜିଓଥେରାପି କ‌େଲଜର ଅଧ୍ୟକ୍ଷ ବିକ୍ରମ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ନୀଳକଣ୍ଠ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଫିଜିଓଥେରାପି ଉପରେ କର୍ମଶାଳା ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର