ଚନ୍ଦ୍ରଶେଖରପୁର: ଜୀବନରେ ଅଭିଯୋଗ ବା ଅଭିମାନ ଆଣିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ଆଉ କେଉଁ ଧନୀ ପରିବାର କିମ୍ବା ପରିବେଶରେ ଜନ୍ମ ହୋଇଥିଲେ ମୁଁ ଅଧିକ ସଫଳ ହୋଇଥାଆନ୍ତି, ଏହା ଭାବିବା ମଧ୍ୟ ଉଚିତ୍ ନୁହେଁ। ଅନେକ ସଫଳ କାହାଣୀର ସୃଷ୍ଟି ସାଧାରଣ ପରିବେଶରୁ ହୋଇଥିବା ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ଓ କଥାର ସମ୍ପାଦକ ଡ. ଗୌରହରି ଦାସ ପ୍ରକାଶ କରିଛନ୍ତି। ରାଜ୍ୟର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ନୀଳାଚଳ ପଲିଟେକ୍ନିକ୍ର ୨୧ତମ ବାର୍ଷିକ ଉତ୍ସବ ସ୍ପେକ୍ଟ୍ରମ୍-୨୦୧୮ରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡ. ଦାସ ଏପରି ମତ ଦେଇଛନ୍ତି। ସଫଳତାର ପଥ ସର୍ବଦା କଣ୍ଟକିତ ହୋଇଥାଏ। ତେଣୁ ଅବିଚଳିତ ଭାବରେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ ଡ. ଦାସ। ବିପିୟୁଟିର ପୂର୍ବତନ କୁଳପତି ଡ. ଓମ୍କାରନାଥ ମହାନ୍ତି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଓ କୌଶଳର ବିକାଶ ଏବଂ ନିଯୁକ୍ତ ଉପରେ ଗୁରୁତ୍ୱ ଦେଇଥିଲେ। ଅବସରପ୍ରାପ୍ତ ଆଇଏଏସ୍ ଆର୍ ଏନ୍ ଦାସ, ଅନୁଷ୍ଠାନର ଏକାଡ଼େମିକ୍ ଡାଇରେକ୍ଟର ପି ସି ରାଜ୍, ଅଧ୍ୟକ୍ଷ ଡ. ବିଷ୍ଣୁଚରଣ ପାତ୍ର, ସେକ୍ରେଟାରି ତଥା ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଇଂ. ସରୋଜ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ନ୍ଧିତ କରିଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଇଂ. ଦେବଦତ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଅନେକ ସଫଳ କାହାଣୀର ସୃଷ୍ଟି ସାାଧରଣ ପରିବେଶରୁ ହୋଇଥାଏ
ନୀଳାଚଳ ପଲିଟେକ୍ନିକ୍ର ୨୧ତମ ବାର୍ଷିକ ଉତ୍ସବ ସ୍ପେକ୍ଟ୍ରମ୍-୨୦୧୮
/sambad/media/post_attachments/wp-content/uploads/2018/02/Nilachala-Eng..-College-Programme-in-College-Campus1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)