ଭୁବନେଶ୍ୱର: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ‘ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ’ର ୨୫ବର୍ଷ ପୂର୍ତ୍ତି ଅବସରରେ ଏହାର ରୌପ୍ୟଜୟନ୍ତୀ ପାଳନ କରିବାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ‘ସମ୍ବାଦ’ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମହାନ୍ତିଙ୍କୁ ସାକ୍ଷାତ୍ କରି ରୌପ୍ୟ ଜୟନ୍ତୀର ଲୋଗୋ, ହେଲ୍ପ୍ ଲାଇନ୍ ନମ୍ବର- ୯୫୫୬୯୨୭୬୭୫ ଓ ସଂଘର ୨୪ ବର୍ଷର କାର୍ଯ୍ୟକଳାପକୁ ନେଇ ସୂଚନା ପତ୍ର ଆଦି ବିଷୟରେ ବିସ୍ତତ ଆଲୋଚନା କରାଯାଇଛି। ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସାଧାରଣ ସଂପାଦକ ବିଶ୍ୱଜିତ ପଟ୍ଟନାୟକ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ। ସଂଘର ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା ଏହି ଏକବର୍ଷ ବ୍ୟାପୀ ରୌପ୍ୟଜୟନ୍ତୀ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ୫ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ତଥା ବିଭିନ୍ନ ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ, ଏକ ମିନି ମାରାଥନ୍, ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶେଷ ସମ୍ବର୍ଦ୍ଧନା ତଥା ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ବିଷୟରେ ଶ୍ରୀ ମହାନ୍ତିଙ୍କୁ ଅବଗତ କରାଇଥିଲେ।
‘ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ’ର ରୌପ୍ୟଜୟନ୍ତୀ ପ୍ରସ୍ତୁତି ପର୍ବ
/sambad/media/post_attachments/wp-content/uploads/2018/05/amitav-bhai.jpeg)