ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ରୌପ୍ୟ ଜୟନ୍ତୀ ପ୍ରସ୍ତୁତି

ଭୁବନେଶ୍ବର: ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ରୌପ୍ୟ ଜୟନ୍ତୀ ସମାରୋହ ୨୦୧୯ରେ ୩ ଦିନ ଧରି ଅନୁଷ୍ଠିତ ହେବ। ଏନେଇ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରୌପ୍ୟଜୟନ୍ତୀ ପ୍ରସ୍ତୁତି ନେଇ ‘ସମ୍ବାଦ’ ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଗତକାଲି ତାଙ୍କ ବାସଭବନଠାରେ ସଂଘର ସଦସ୍ୟମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରୌପ୍ୟ ଜୟନ୍ତୀର ‌‘ଲୋଗୋ’ ଓ ସୂଚନା ପତ୍ର ଉନ୍ମୋଚନ କରିଥିଲେ। ସଂଘର ସାଧାରଣ ସଂପାଦକ ବିଶ୍ବଜିତ ପଟ୍ଟନାୟକ ସଂଘର ୨୫ ବର୍ଷର କାର୍ଯ୍ୟକଳାପ, ନିରବଚ୍ଛିନ୍ନ ଭାବେ କରାଯାଉଥିବା ସାଂସ୍କୃତିକ, ମନୋରଞ୍ଜନଧର୍ମୀ, ଯାତ୍ରା ଆଦି କାର୍ଯ୍ୟକ୍ରମ ସମେତ ବିଭିନ୍ନ ଜନହିତକର କାର୍ଯ୍ୟ ଯଥା- ବୃକ୍ଷରୋପଣ, ରକ୍ତଦାନ, ରୋଗୀସେବା, ଶିକ୍ଷାଦାନ ଓ ସ୍ବଚ୍ଛତା, ପରିବେଶ ସୁରକ୍ଷା ଦିଗରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମକୁ ବିସ୍ତୃତ ଭାବେ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ।। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉତ୍ସର୍ଗ ହେବ ବୋଲି ସମାଜସେବୀ ସିଲୁ ଶ୍ରୀ ପଟ୍ଟନାୟକଙ୍କୁ ସୂଚନା ଦେଇଥିଲେ। ଏହି ସାକ୍ଷାତକାରରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ପ୍ରକାଶ ପାଣିଗ୍ରାହୀ, ସାଂସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ଡା, କୋଷାଧ୍ୟକ୍ଷ ଗଗନ ଭାଇ, ବରିଷ୍ଠ ସଭ୍ୟ ଗଦାଧର, କୁମର ବାରିକ ଓ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର